ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୧୬ଦଫା ଦାବୀ ନେଇ ଆସନ୍ତା ଜାନୁଆରୀ ୧ ତାରିଖରୁ ରାଜ୍ୟରେ ରାସନ ସାମଗ୍ରୀ ବଣ୍ଟନ ବନ୍ଦର ଡାକରା ଦେଲା ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ୍ ସପ୍ ଡ଼ିଲର୍ସ ଫେଡେରେସନ୍ ଓଡିଶା ଶାଖା, ଭୁବନେଶ୍ୱର | ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୬୭୭୪ ଜଣ ରିଟେଲର ଦୀର୍ଘ ବର୍ଷ ଧରି ନିସ୍ଵାର୍ଥ ଭାବରେ କର୍ଯ୍ୟକରି ଆସୁଛନ୍ତି | କରନା ମାହାମାରୀ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ନିୟମ ମାନି ଖାଉଟିମାନଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲା ବେଳେ ଆଜି ପର୍ଯ୍ୟନ୍ତ ରିଟେଲରମାନେ ସେମାନଙ୍କର ବକେୟା ପାଉଣା ପାଇପାରି ନାହାନ୍ତି |
ବାରମ୍ବାର କେନ୍ଦ୍ର ସରକାର ଓ ରାଜ୍ୟସରକାଙ୍କ ଠାରେ ଦାବୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ | ଏଣୁ ଖୁଚୁରା ବିକ୍ରେତାଙ୍କ ପାରିଶ୍ରମିକ ଅର୍ଥରାଶି ବୃଦ୍ଧି .P.M.G.K.A.Y ବକେୟା ପାରିଶ୍ରମିକ ଅର୍ଥ ପ୍ରଦାନ କାର୍ଯ୍ୟରତ ଡ଼ିଲର୍ସ ଭାଇ ଭଉଣୀଙ୍କୁ ବୀମାଭୁକ୍ତ କରିବା , ଏକ କୁଇଣ୍ଟାଲ ଖାଉଟି ସାମଗ୍ରୀ ଖୁଚୁରା ବଣ୍ଟନରେ ନିଅଣ୍ଟ ବାବଦକୁ ଏକ କିଲୋଗ୍ରାମ ଭରଣା କରିବା ,ଗୋଟିଏ ଦେଶରେ ଗୋଟିଏ ରାସନ,ସମାନ କମିଶନ ପ୍ରଦାନ କରିବା , ପ୍ରତି ତିନିବର୍ଷରେ ସନନ୍ଦ ନବୀକରଣ କରିବା | ଜାତୀୟ ଖାଦ୍ୟ ସୁରକ୍ଷା ଆଇନ -2013 ନିୟମ ଅନୁସାରେ ବଣ୍ଟନ ବାବଦୀୟ ଅଗ୍ରୀମ ପାରିଶ୍ରମିକ ଅର୍ଥ ପାଦାନ ଆଦି ୧୬ଦଫା ନେଇ ଆଲ ଇଣ୍ଡିଆ ଫେୟାର ପ୍ରାଇସ୍ ସପ୍ ଡ଼ିଲର୍ସ ଫେଡେରେସନ୍ ଓଡିଶା ଶଖା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି |
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୂଆବଜାର ସ୍ଥିତ ଶୋଭା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲ, ସଂଘ | ଏହି ସମୟରେ ସଂଘର ରାଜ୍ୟ ସଭାପତି ନଗେନ୍ଦ୍ର ନାଥ ଜେନା ,ଜିଲ୍ଲା ସଭାପତି ବିଦ୍ୟାଧର ଦେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ରତ୍ନାକର ପାତ୍ର , ଜଳେଶ୍ୱର ବ୍ଲକ ଓ ପୌରପରିଷଦ ସମ୍ପାଦକ ରଞ୍ଜନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି |