ବିଜେପି ପଦାଧିକାରୀ ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଉ ଦିନ କେଇଟା ପରେ ଆସୁଛି ୨୦୨୪ ।ଆଉ ୨୦୨୪ରେ ହେବାକୁ ଯାଉଛି ନିର୍ବାଚନ । ଆଉ ସେନେଇ ରାଜନୀତି ହେଇଛି ସରଗରମ । ଆଉ ଦଳ ମାନଙ୍କ ଭିତରେ ଚଲିଲାଣି ନିର୍ବାଚନ ପାଇଁ ପ୍ରସ୍ତୁତି ।

ଆଜି  ବସୁଛି ବିଜେପିର ପଦାଧିକାରୀ ବୈଠକ । ବିଜେପି ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀଙ୍କ ବୈଠକ ବସିବ । ଏହି ବୈଠକରେ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । ବୈଠକରେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍‌ ସନ୍ତୋଷ ଉପସ୍ଥିତ ରହିବେ । ଏହାସହ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ବହୁ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ରହିବେ ।

ବୈଠକରେ ହୋଇଥିବା ନିଷ୍ପତ୍ତି ଗ୍ରାଉଣ୍ଡରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ ହେବ। ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଁ ତିଆରି ହୋଇପାରେ ବ୍ଲୁ ପ୍ରିଣ୍ଟ । ସେହିପରି ରବିବାର ସଂଯୁକ୍ତ ମୋର୍ଚ୍ଚା ବୈଠକ ବସିବ।

Leave A Reply

Your email address will not be published.