୫ଟି ଚେୟାରମ୍ୟାନ ଭି. କେ ପାଣ୍ଡିଆନଙ୍କୁ ପୁରୀରେ କଳାପତାକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସକାଳୁ ସକାଳୁ ୫ଟି ଚେୟାରମ୍ୟାନ ଭି. କେ ପାଣ୍ଡିଆନଙ୍କୁ ପୁରୀରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯିବା ସହ ଗୋ- ବ୍ୟାକ୍‌ ନାରା ବି ଦିଆଯାଇଥିଲା।

କାମିଆ ଜାନିଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ପାଣ୍ଡିଆନ ସନାତନ ବିରୋଧୀ କାମ କରିଛନ୍ତି ବୋଲି କଂଗ୍ରେସ କର୍ମୀ କହିଛନ୍ତି । ତେବେ କଳା ପତାକା ପ୍ରଦର୍ଶନ ପରେ କଂଗ୍ରେସ କର୍ମୀମାନଙ୍କୁ ଅଟକ ରଖାଯାଇଛି । ସୌନ୍ଦର୍ଯ୍ୟକରଣ ନାଁରେ ମଠ-ମନ୍ଦିରକୁ ମାଟିରେ ମିଶାଇବା, ୟୁଟ୍ୟୁବର କାମୀୟା ଜାନି ବିବାଦ ଓ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱରେ ଅପମାନ ହେଉଥିବା ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରିଥିଲା ଦଳ । ତେବେ କଂଗ୍ରେସର ବିରୋଧ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

ନିକଟରେ ବିଶ୍ବ ହିନ୍ଦୁ ପରିଷଦ ମଧ୍ୟ ଉଭୟ ୟୁଟ୍ୟୁବର ଏବଂ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ । ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କରିବା ଆଳରେ ମହାପ୍ରଭୁଙ୍କୁ ଅପମାନ କରାଯାଇଛି । ପାଣ୍ଡିଆନ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ଜଗନ୍ନାଥ ସଂସ୍କୃତି ପରମ୍ପରା ଉଲ୍ଲଙ୍ଘନ କରିଛନ୍ତି ବୋଲି ବିଶ୍ବ ହିନ୍ଦୁ ପରିଷଦ କହିଥିଲା । ଏନେଇ ଜଣେ କଂଗ୍ରେସ କର୍ମୀ କହିଛନ୍ତି ଯେ, ପାଣ୍ଡିଆନଙ୍କୁ କଳା ପତାକା ଦେଖାଇବାରୁ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାକୁ ପୋଲିସ ଅଟକ ରଖିଛି । ଜିଲ୍ଲା ପ୍ରଶାସନ ପାଣ୍ଡିଆନ ଓ କାମିଆଙ୍କୁ ବଞ୍ଚାଇବାକୁ ଚାଟୁକାରିତା କରୁଛନ୍ତି । ଏହା ବିରୋଧ କରି ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

Leave A Reply

Your email address will not be published.