ଆଜି ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଯୋଧ୍ୟା ଧାମ ଜଙ୍କସନ ରେଳଷ୍ଟେସନର ଉଦଘାଟନୀ ଅବସରରେ ଆଜି ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଟ୍ରେନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଯୋଧ୍ୟାରୁ ଭିଡିଓ କନଫରେନସିଂ ଜରିଆରେ ମୋଟ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ୍ ଏବଂ ଦୁଇଟି ଅମୃତ ଭାରତ ଟ୍ରେନ୍ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଶନିବାର ଅର୍ଥାତ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

ପ୍ରାୟ ୧୫,୭୦୦ କୋଟିର ବିକାଶମୂଳକ ଯୋଜନାର ଶୁଭରମ୍ଭ ହେବ । ଏଥିରେ ଅଯୋଧ୍ୟା ପାଇଁ ୧୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ରହିଛି । ଏହାଛଡ଼ା ପିଏମ୍ ମୋଦି ଏକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର, ନୂଆ ଗ୍ରୀନ୍‌ଫିଲ୍ଡ ଟାଉନସିପ୍, ଏକ ରେଳ ଷ୍ଟେସନ ଏବଂ ୪ ଥାକିଆ ରାସ୍ତାର ଉଦଘାଟନ କରିବେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୧ଟାରେ ଅଯୋଧ୍ୟାରେ ପହଞ୍ଚିବେ, ସେଠାରେ ରେଳ ଷ୍ଟେସନ ଉଦଘାଟନ କରି ସାରିବା ପରେ ୧୧.୧୫ ମିନିଟ୍‌ରେ ୨ଟି ନୂଆ ଅମୃତ ଭାରତ ଟ୍ରେନ୍ ଓ ୬ଟି ବନ୍ଦେ ଭାରତ ଟ୍ରେନକୁ ଗ୍ରାନ୍ ସିଗନାଲ୍ ଦେବେ । ଦ୍ବିପ୍ରହର ପ୍ରାୟ ୧୨.୧୫ ମିନିଟ୍‌ରେ ଅଯୋଧ୍ୟା ବିମାନବନ୍ଦରର ଲୋକାର୍ପଣ କରିବେ । ଏହି ଏୟାରପୋର୍ଟର ନାମ ମହର୍ଷି ବାଲ୍ମକୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ରହିଛି ।

ସେପଟେ ସଜେଇ ହେଉଛି ଅଯୋଧ୍ୟା । ଜାନୁଆରୀ ୨୨ରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ ଆଜି ସମସ୍ତ ପ୍ରସ୍ତୁତିର ସମୀକ୍ଷା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ନବନିର୍ମିତ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ, ନବୀକୃତ ଅଯୋଧ୍ୟା ଧାମ ଜଙ୍କସନ୍ ରେଲୱେ ଷ୍ଟେସନର ଲୋକାର୍ପଣ ଏବଂ ବନ୍ଦେ ଭାରତ ଓ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବେ ମୋଦି ।

ଏଥିସହ ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ସହିତ ଅଯୋଧ୍ୟାରେ ଜନସଭାକୁ ସମ୍ବୋଧନ କରିବେ ମୋଦି । ଏହାସହ  ମୋଦିଙ୍କ ରୋଡ୍ ଶୋ’ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଅଯୋଧ୍ୟାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.