ଟ୍ରଲର ପଛରେ ଧକ୍କା ଦେଲା ହାଇୱେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରକ୍ତମୁଖା ଦୁଆରଶୁଣି ଘାଟି। ପାଲଟିଛି ଯମ ଫାସ।ଥମିବାର ନାମ ନେଉନି ଦୁର୍ଘଟଣା। ଯାନ୍ତ୍ରିକ ତ୍ରୁଟି ଓ ଅଣଓସାରିଆ ରାସ୍ତା ଯୋଗୁଁ ହେଉ କିମ୍ବା କୈାଣସି କାରଣରୁ ହେଉ ପ୍ରତିଦିନ ଛୋଟ ହେଉକି ବଡ଼ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି ହେଲେ ପ୍ରତିକାର ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେଉଥିବା ଭଳି ଜଣାପଡୁ ନ ଥିବା ଅଭିଯୋଗ ହେଉଛି |

ତେବେ ପୁଣି ମୟୂରଭଞ୍ଜ ଜିଲ୍ଲାର ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଗୁରୁବାର ସନ୍ଧ୍ୟା ପାଖାପାଖି ପାଞ୍ଚ ଘଟିକା ସମୟରେ ଏକ ଟ୍ରଲର ଏବଂ ହାଇୱା ଦୃଘଟଣା ହେବା ଫଳରେ ଜଣ ଟ୍ରକ ଚାଳକ ଗୁରୁତର ଆହତ ହୋଇଥିବା ଜଣା ପଡିଛି ଏବଂ ନିଜର ଗୋଡ଼ ହରାଇଥିବା ଜଣାପଡ଼ିଛି। ସୁଚନା ମୁତାବକ ଗୋଟିଏ JH -05CD0624 ନମ୍ବର ବିଶିଷ୍ଟ ଏକ ଦଶଚକିଆ ହାଇଓ୍ବା ଟ୍ରକ ବିଶୋଇ ପଟୁ ଝାରପୋଖରିଆ ଅଭିମୁଖେ ଯାଉଥିଲା। ଡ୍ରାଇଭର କହିବା ମୁତାବକ କୌଣସି କାରଣ ବଶତଃ ଆଗରେ ଯାଉଥିବା ଥିବା ଏକ ଟ୍ରୋକ୍ ହଠାତ୍ ବ୍ରେକ ମାରିବାରୁ ତା ପଛରେ ଧକ୍କା ହୋଇଥିଲା। ଫଳରେ ଡ୍ରାଇଭର ଜଣଙ୍କ ଟ୍ରକରେ ଚାପିହୋଇ ଯାଇଥିଲା।

ଏ ବିଷୟରେ ବାଙ୍ଗିରିପୋଷି ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଦମକଳବାହିନୀ ପହଂଚି ଡ୍ରାଇଭରକୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା ପରେ ଡ୍ରାଇଭର ଜଣଙ୍କ ଗୁରୁତ୍ୱ ହେବାରୁ ତାଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଦୃଘଟଣା ଫଳରେ ରାସ୍ତାଜାମ ହୋଇ ଗାଡ଼ି ଚଳାଚଳ ବନ୍ଦ ହେବାରୁ ଉଭୟ ପାର୍ଶ୍ଵ ରାସ୍ତା କଡରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା।ଅଗ୍ନିଶମ ବିଭାଗ ଏବଂ ପୋଲିସ ମିଳିତ ଉଦ୍ୟମ ରେ କ୍ରେନ ସାହାଯ୍ୟରେ ଉଭୟ ଗାଡି ଗୁଡିକୁ ରାସ୍ତାରୁ ହଟେଇବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡିଛି |

Leave A Reply

Your email address will not be published.