ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିକିରାଇ ବୀରହନୁମାନ ଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁବଓଡ଼ିଶା ନବୀନଓଡିଶା କାର୍ଯ୍ୟକ୍ରମ ହେଲା ଉଦଯାପନ | କେନ୍ଦ୍ରାପଡା ବ୍ଲକ ନିକିରାଇ ବିରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବଓଡିଶା ନବୀନଓଡିଶା କାର୍ଯ୍ୟକ୍ରମରେ ଅଧକ୍ଷ ପ୍ରଫେସର ତୁଷାରକାନ୍ତ ବରାଳଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି |
ଏହି କାର୍ଯ୍ୟକ୍ରମରେ 5 ନମ୍ବର ଜଣ ର ଜିଲ୍ଲାପରିଷଦ ସଭ୍ୟା ସୁଶ୍ରୀ ଲିଲିପ୍ତା ଦାସ ମୁଖ୍ୟ ଅଥିତି ଭାବେ ଯୋଗଦେଥିଲେ! ସମ୍ମାନୀୟ ଅଟିଥିଭାବେ କେନ୍ଦ୍ରାପଡା ବରିଷ୍ଟ ସାମ୍ବାଦିକ ପରୀକ୍ଷିତ ପତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ |
ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ସାର ଙ୍କ ପାଇଁ ଆମେ ଆଜି କଲେଜରେ ପାଠପଢିବା ସହିତ ବିଭିନ୍ନ ପ୍ରକାର ଖେଳ ନାଚ ଗୀତ ଗାଇବାର ସୁଯୋଗ ପାଇଛୁ ଯେଉଁ ପିଲା ମାନେ ଶ୍ରେଣୀରେ ଅନୁପସ୍ଥିତି ରହୁଥିଲେ ସେମାନେ ଆଜି ସମସ୍ତେ ଉପସ୍ଥିତ ରହୁଛନ୍ତି ସେଥିପାଇଁ ଆମେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ ସାରଣୁ ଧନ୍ୟବାଦ ଅର୍ପଣ କରୁଛୁ ବୋଲି କହିଛନ୍ତି ଛାତ୍ରୀ ମାନେ | ଏହାଦ୍ଵାରା ପିଲାମାନଙ୍କ ମଧ୍ୟରେ ଯେଉଁ ପ୍ରତିଭା ଲୁଚି ରହିଥିଲା ଆଜି ତାହା ପଦାକୁ ବାହାରି ଆସିଛି କେବଳ ଭି କେ ପାଣ୍ଡିଆନ ସାରଙ୍କ ପାଇଁ ବୋଲି ମତ ପ୍ରକାଶ କରିଛନ୍ତି କଲେଜର ଅଧ୍ୟାପକ ମାନେ !