ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୋଦୀ ସରକାର ଗ୍ୟାରେଣ୍ଟି ରଥକୁ ସମ୍ବର୍ଦ୍ଧନା । ଆଜି ସମଗ୍ର ଭାରତ ବର୍ଷ ଯଦି ବିକଶିତ ଆଡକୁ ଅଗ୍ରସର ହେଉଥାଏ ତାହା କେବଳ ସମ୍ଭବ ହୋଇପାରିଛି ପ୍ରୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୋଦୟ ଙ୍କ ପାଇଁ ।
ସେ ସ୍ୱାସ୍ଥ୍ୟ ସେବା,ରାସ୍ତା,ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଙ୍କୁ ସ୍ୱଆବଲମ୍ବୀ କରିବା ସବୁ କ୍ଷେତ୍ରରେ ଏବେ ବିକଶିତ ଆଡକୁ ଅଗ୍ରସର ହେଉଛି ଭାରତ ଦେଶ । ଏହି ବିକାଶ ଯାତ୍ରା କୁ ଜନତାଙ୍କ ପାଖରେ ପହଞ୍ଚାଇବା ଉଦେଶ୍ୟରେ ଆଜି ବିଜେପି ଦଳର ରାମେଶ୍ୱର ମଣ୍ଡଳ ସଭାପତି ସମ୍ରାଟ କେଶରୀ ଲେଙ୍କା ଙ୍କ ତତ୍ତ୍ୱଅବଧାନରେ ମୋଦୀ ବିକାଶ ରଥ ରାମେଶ୍ୱର ପଞ୍ଚାୟତରେ ବୁଲାଇଥିଲେ ।
ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ,ଅଙ୍ଗନବାଡୀ ଦିଦି ଓ ଶହଶହ ଜନତା ମୋଦୀ ବିକାଶ ରଥକୁ ବନ୍ଦାପନା କରିବା ସହ ସ୍ୱଆଗତ କରିଥିଲେ ଓ ସଂଙ୍କଳ୍ପ କରିଥିଲେ କି ମୋଦୀଙ୍କ ଏହି ବିକାଶରେ ସହଭାଗୀ ହୋଇ ଭାରତକୁ ଆହୁରି ବିକଶିତ ଦିଗରେ ଆଗେଇ ନେବାକୁ ସଂଙ୍କଳ୍ପ ନେଇଥିଲେ ।