କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ନଦୀରୁ ଚାଲିଛି ଚୋରା ଵାଲି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ନଦୀରୁ ଚାଲିଛି ଚୋରା ଵାଲି  | ମାଫିଆ ମାନେ ଚାଲାଇଛନ୍ତି ଆତଙ୍କରାଜ  | ଭୟଭୀତ ରେ ଏବେ ସାଧାରଣ ଜନତା  |ଵାଲି ଘାଟରେ ଟୁଙ୍ଗି କରି ମଦ ମାଂସ ର ଆସରା ପାଲଟିଛି। ଚୋରା ଵାଲି କୁ ଯିଏ ପ୍ରତିବାଦ କରୁଛି ତାକୁ ମିଳୁଛି ଧମକ। ଟ୍ରକ, ଜେସିବି ମେସିନ ସାହାର୍ଯ୍ୟ ରେ ବୋହି ନେଉଛନ୍ତି ସହ ସହ ଟ୍ରକ ବାଲି।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ତହସିଲ ଅଂଚଳ ର ବ୍ରାହ୍ମଣୀ ନଦୀ କୁଳର ନୀଳକଣ୍ଠ ପୁର ଗାଁ ନିକଟସ୍ତ ନଦୀ କୂଳ ରୁ ପ୍ରୟ ୫କିମି ଅଂଚଳ ପରିଧି ଭିତରେ। ନଦୀ କୁଳରୁ ତତ୍ ସଂଲଗ୍ନ ନଦୀ ବନ୍ଧ ରୁ ଦୀର୍ଘ ବର୍ଷ ହେବ। କେତେକ ବାଲି ମାଫିଆ ତାଡି ନେଇ ଗଲେଣି ସମଗ୍ର ନଦୀ କୁଳ କୁ। ଏଥି ସହ ସହ ସହ ଗଛ କୁ କାଟି ନେଉଛନ୍ତି ଏହି ମାଫିଆ। ଅଂଚଳ ପ୍ରତି ବିପଦ ଘାନେଇବା ସହ। ନଦୀ ବନ୍ଧ ପ୍ରତି ବିପଦ ମାଡି ଆସିଛି। କିନ୍ତୁ ଏହି ମାଫିଆ ଙ୍କ ଭୟ ରେ ସ୍ଥାନୀୟ ଲୋକେ ମୁହଁ ଖୋଲିବାକୁ ଡରୁଛନ୍ତି। ତେବେ ଗତ ନଭେମ୍ବର ମାସ 27 ତାରିଖ ଦିନ କେନ୍ଦ୍ରାପଡା ଖଣି ଅଧିକାରୀ ଚଢ଼ାଉ କରି ୨ ଗୋଟି ବାଲି ଗାଡି ଜବତ କରି 20 ହଜାର ଟଙ୍କା ଜୋରିନାମା କରିଥିଲେ | ହେଲେ ଏହି ଚଢ଼ାଉକୁ ଭୃକ୍ଷେପ ନକରି ମାଫିଆ ମାନେ ପୁନଃଶ୍ଚ ବାଲି ଚୋରା ଚାଲାଣ କରିଥିଲେ ଯାହାର ଖବର ବିଭିନ୍ନ ଖବରକାଗଜରେ ଓ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ କରିଥିଲେ ।

ତେବେ ଏହି ଖବର ରେ ଜନସାଧାରଣ ମାନେ ପ୍ରତିକ୍ରିୟା ଦେବାକୁ ଭୟ କରିଥିଲେ | ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଲରେ, ସରକାରୀ ସିକୃତି ପ୍ରାପ୍ତ ୪ଟି ବାଲି ଖଦାନ ରହିଛି। କିନ୍ତୁ ନୀଳକଣ୍ଠ ପୁର ସେ ତାଲିକା ରେ ନାହିଁ। ଅନ୍ୟ ପଟେ ତହସିଲ ଅଫିସ୍ ରୁ ମାତ୍ର ୫କିମି ଦୂର। ଚଢାଉ କରୁଛନ୍ତି। ଉଭୟ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ତହସିଲ ଦାର। କିନ୍ତୁ ଚଢାଉ ପୁର୍ବରୁ ଖବର ଦିଆଯାଉଛି ଏହି ମାଫିଆ ଙ୍କୁ ଏଣୁ ସହ ସହ , ହାଇୱା ଓ ଜେସିବି ମେସିନ ଙ୍କୁ ଲୁଚାଇ ଦିଆଯାଉଛି। କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ତହସିଲଦାର ଏହି ଚୋରା ଖାଦାନ ଚଢାଉ କରିବାକୁ ଯାଇଛନ୍ତି। କିନ୍ତୁ ପ୍ରତିକ୍ରିୟା ରେ କହୁଛନ୍ତି। ସେ ଓଭର୍ ଲୋଡ ଗାଡ଼ି ଧରିବାକୁ ଆସିଛନ୍ତି।ଏଣୁ ଯଦି ବାଡ ଫସାଲ୍ ଖାଇବ ତେବେ ଶୁଣିବ କିଏ। ବରିଷ୍ଠ ଅଧିକାରୀ ଏଥିରେ ହସ୍ତକ୍ଷେପ ନକଲେ। ମଫିଆ ଓ ସହଯୋଗୀ ଅଧିକାରି ମାନଂକ ପାଇଁ ରାଜସ୍ବ ତ ହରାଇବେ ଦିନେ। ଏ ଗାଁ ବି ବନ୍ୟା ରେ ନିଶ୍ଚିହ୍ନ ହୋଇଯିବ।

Leave A Reply

Your email address will not be published.