ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ | ଓଡିଆ ଜାତିର ସମ୍ମାନ ଓ ପରମ୍ପରା ବିଷୟବସ୍ତୁ ଯେ ଦୀର୍ଘ ୫୦୦ ବର୍ଷ ତଳର ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟା ଲାଗି ବାଦବିବାଦ ପରେ ତାହା ଆଜି ସମସ୍ତଙ୍କର ଆଶା ଓ ବିଶ୍ବାସ ପୂରଣ ହେବାକୁ ଯାଉଛି | ଆସନ୍ତା ଜାନୁୟାରୀ ୨୨ ତାରିଖ ଶ୍ରୀ ରାମ ତୀର୍ଥ ଅଯୋଧ୍ୟା ଠାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି |

ଏଥିପାଇଁ ଓଡିଶାର ପୁରପଲ୍ଲୀରେ ହର୍ଷଉଲ୍ଲାସର ବାତାବରଣ ଖେଳିଯାଇଛି | ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହରସ୍ତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଆନୁକୂଲ୍ୟରେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ର ଙ୍କର ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ସେଠାରୁ ଶତାଧିକ କର୍ମକର୍ତ୍ତା ବାହାରି ବଜାର ପରିକ୍ରମା କରି ବିଜୁ ପଟ୍ଟନାୟକ ଛକ ଦୁର୍ଗାମଣ୍ଡପ ଠାରେ ପହଞ୍ଚିଥିଲା | ସେଠାରୁ ପୁଣି ଲିଙ୍କରୋଡ ବାଟେ ଦେଇ ଶ୍ୟାମାପ୍ରସାଦ ଛକରୁ ଗୋଲେଇ ପଟେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା | ଏହି ଯାତ୍ରାର ଉଦ୍ଦେଶ୍ୟ ଯେଉଁ ଭକ୍ତମାନେ ଏହି ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ୧ ଟଙ୍କା, ୫ ଟଙ୍କା ଅବା ଇଟା ପଥର ଦେଇଥିଲେ , ସେମାନଙ୍କୁ ସମ୍ମାନର ସହିତ ଗୁଆ, ଅକ୍ଷତ, ସିନ୍ଦୁର ଓ ଫଟୋ ଚିତ୍ର ଦେଇ ଅଯୋଧ୍ୟାକୁ ନିମନ୍ତ୍ରଣ କରାଯାଇଥିଲା |

ଏହା ପରେ ମ୍ୟୁନିସିପାଲିଟି ସ୍ତରର ୧୫ଟି ୱାର୍ଡର ପ୍ରତି ଘରକୁ ଯାଇ ଶ୍ରୀ ରାମ ମନ୍ଦିର ଅଯୋଧ୍ୟାକୁ ନିମନ୍ତ୍ରଣ କରାଯିବ | ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଟ୍ରଷ୍ଟ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା | ଏଥିରେ ଟ୍ରଷ୍ଟ ପକ୍ଷରୁ ନବୀନ ରାମ, ନବ ଚରଣ ମାଝୀ, ମିଥିଳା ଟୁଡୁ, ସୁରତ ପଟ୍ଟନାୟକ, ନିଗମାନନ୍ଦ ପଟ୍ଟନାୟକ, ପ୍ରଦ୍ୟୁନ୍ନ ଦିଗାର, ଉଦୟ ନାରାୟଣ ସିଂ, ତନ୍ମୟ ଦାସ, ସଂଜୟ ମହାନ୍ତ, ବଳରାମ ବାରିକ, ପ୍ରଦୀପ ପଟ୍ଟନାୟକ, ଆଲୋକ ମହାନ୍ତ, ଶଶାଙ୍କ, କେଦାରନାଥ ଓ ଦୀପଙ୍କର ସହିତ ବହୁ ରାମ ଭକ୍ତମାନେ ସାମିଲଥିଲେ |

Leave A Reply

Your email address will not be published.