ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନ୍.ଏସ.ଏସ) ର ଶୀତ କାଳୀନ ସ୍ବତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି। କଲେଜ ର ଅଧ୍ୟକ୍ଷ ରବି ଶଙ୍କର ଶତପଥୀ ଙ୍କ ମାର୍ଗ ଦର୍ଶନ ରେ କାର୍ଯ୍ୟକ୍ରମ ଉପଦେଷ୍ଟା ଅଧ୍ୟାପକ ବିଜୟ କୁମାର ରାମ ଓ କାର୍ଯ୍ୟ କ୍ରମ ଅଧିକାରୀ ଡକ୍ଟର ରାଜେନ୍ଦ୍ର ମଣ୍ଡଳ ଙ୍କ ତତ୍ତ୍ଵ।ବଧାନରେ ପୋଷ୍ୟ ଗ୍ରାମ ସିମିଳିନାଳି ଠାରେ ସପ୍ତ ଦିବସୀୟ ଶିବିର ଡିସେମ୍ବର ୨୫ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।
ଏଥିରେ ୫୦ ଜଣ ସ୍ବେଚ୍ଛାସେବୀ ଛାତ୍ରୀ ସ୍ୱଚ୍ଛତା, ଶିକ୍ଷା- ସ୍ବାସ୍ଥ୍ୟ, ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା, ଭୋଟର ସଚେତନତା ଓ ଇଭିଏମର ବ୍ୟବହାର, ଶୂନ୍ୟ ବ୍ରଜପାତ ମୃତ୍ୟୁ ଦୁର୍ଘଟଣା ସଚେତନତା, ପରିବେଶ ସୁରକ୍ଷା, ନାରୀ ମାନଙ୍କ ପ୍ରତି ହେଉଥିବା ଯୌନ ଶୋଷଣ ପ୍ରତିରୋଧ ସଚେତନତା, ନିଶା ନିବାରଣ ଓ ସଡ଼କ ସୁରକ୍ଷା, ରକ୍ତ ଦାନ ସଚେତନତା,ଡାହାଣୀ ଓ ଅନ୍ଧବିଶ୍ବାସ ଦୂରୀକରଣ, ସାଇବର କ୍ରାଇମ୍ ସଚେତନତା, ଫାୟାର ସେଫଟି ସଚେତନତା, ବେଟି ବଚାଓ ବେଟି ପଢ଼ାଓ ପ୍ରଭୃତି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସର ରେ ମହାବିଦ୍ୟାଳୟ ର ପୋଷ୍ୟ ଗ୍ରାମ ସିମିଲିନାଳି ରେ ଜାତୀୟ ସେବା ଯୋଜନା ତରଫରୁ ଗାଁ ଲୋକ ଙ୍କ ଜୀବନ ଧାରାର ନିରୀକ୍ଷଣ ଓ ଗାଁ ର ବିଭିନ୍ନ ସମସ୍ୟା ଉପରେ ସର୍ବେକ୍ଷଣ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଶତପଥୀ ଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ କାର୍ଯ୍ୟକ୍ରମ ଉପଦେଷ୍ଟା ଅଧ୍ୟାପକ ରାମ ଶିବିର ର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ।
ଏହି ଶିବିର ରେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ସମାଜ ସେବୀ ନବୀନ ରାମ, ରାଇରଙ୍ଗପୁର ଏସ .ଡି .ପି. ଓ ଗୋକୁଳାନନ୍ଦ ସାହୁ,ରାଇରଙ୍ଗପୁର ଟାଉନ ଥାନା ଅଧିକାରିଣୀ ଆଇ ଆଇ ସି ରୋଜାଲିନ ବେହେରା, ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ଚେୟାରମେନ ଦେବାଶିଷ ମାର୍ଣ୍ଡି, ରାଇରଙ୍ଗପୁର ପୌରପରିଷଦ ଚେୟାରମେନ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର କଲେଜ ର ଏନ୍ ଏସ ଏସ ଅଧିକାରୀ ଡକ୍ଟର ମାନସ କୁମାର ସାହୁ, ଗୋରୁମହିଷାଣୀ କଲେଜ ର ଅଧ୍ୟାପକ ଡକ୍ଟର ଦିଗାମ୍ବର ଗିରି, ଗୌରୀ ଶଙ୍କର ମହାବିଦ୍ୟାଳୟ ର ଅଧ୍ୟାପକ ଯଶବନ୍ତ ନାରାୟଣ ନନ୍ଦ, ଔପଦା କଲେଜ ବାଲେଶ୍ବର ର ଆଦିତ୍ୟ ଆଚାର୍ଯ୍ୟ, ମହିଳା ମହାବିଦ୍ୟାଳୟ ରାଇରଙ୍ଗପୁର ର ପରିଚାଳନା କମିଟି ର ସଭାପତି ମାଳତୀ ପରିଡ଼ା,ଜଙ୍ଗଲ ବିଭାଗ ର ସଂଯୋଜକ ଶୁଭ୍ରାଂଶୁ ନାୟକ, ସିଆରସିସି ବାସୁଦେବ ହେମ୍ବ୍ରମ , ଅବସର ପ୍ରାପ୍ତ ସେନା ଅଧିକାରୀ ମେଜର ମହେନ୍ଦ୍ର ନାଥ ସାହୁ, ସହିଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ମୁଖ୍ୟ ମନୋରଞ୍ଜନ ହାଁସଦା, ମହାବିଦ୍ୟାଳୟ ର ଅବସର ପ୍ରାପ୍ତ କର୍ମଚାରୀ ସଂଯୁକ୍ତା ଦତ୍ତ ଓ ରିସର୍ସ ପର୍ସନ ଭାବେ ମହାବିଦ୍ୟାଳୟ ର ଅଧ୍ୟାପକ/ଅଧ୍ୟାପିକା ପ୍ରମୁଖ ଯୋଗ ଦେଇ ଶିବିରର୍ଥି ମାନଙ୍କୁ ସଚେତନ ଧର୍ମୀ ବିଷୟ ବସ୍ତୁ ଉପରେ ଦିଗ ଦର୍ଶନ ଦେଇଥିଲେ। ଶିବିର କୁ ମହାବିଦ୍ୟାଳୟ ପିଟି କାରୁ ମାର୍ଣ୍ଡି, ଅଧ୍ୟାପକ ଅବନୀ ନାଏକ, ଶ୍ୟାମ ସୁନ୍ଦର ମଣ୍ଡଳ, ମାୟା ମାହାଲି ତଥା ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ,କର୍ମଚାରୀ, ଜଙ୍ଗଲ ସୁରକ୍ଷା ସମିତି ର କର୍ମଚାରୀଗଣ ସହଯୋଗ କରିଥିଲେ |