ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ | ମଠ କପୁଣ୍ଡି ପଡିଆ ଠାରେ ନୂଆ ଓଡିଶା ଯୁବ ଓଡିଶା ଯୋଜନାରେ ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଏକ ରଙ୍ଗାରଙ୍ଗ ପରିବେଶରେ ଉଦଯାପିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ କ୍ରିକେଟରେ ୮୪ଟି ଦଳ ଭାଗନେଇ ଥିବାବେଳେ ଫୁଟବଲରେ ୩୨ଟି ଦଳ, ଭଲ୍ଲିବଲ ରେ ୧୭ଟି ଦଳ, କବାଡି ରେ ୧୨ଟି, ଖୋଖୋରେ ୧୧ଟି, ହକିରେ ୨ଟି ଦଳ ଭାଗନେଇ ଥିଲେ। ଉଦଯାପନି ଦିବସରେ କେବଳ କ୍ରିକେଟର ଦୁଇଟି ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଲୋକ ଏହି ଖେଳକୁ ଉପଭୋଗ କରିଥିଲେ। ଉଦଯାପନି ଉତ୍ସବରେ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ହାଟଡ଼ିହି ସରପଞ୍ଚ ଚିନ୍ମୟ ନାୟକ, ଯୁବ ସମାଜସେବୀ ଅଭୀମନ୍ୟୁ ସେଠୀ, ହାଟଡ଼ିହି ପଞ୍ଚାୟତ ର ସମିତିସଭ୍ୟ କୈଳାଶ ରାଉତ ପ୍ରମୁଖ ଯୋଗଦେଇ ପ୍ରତି ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ।

ଏହି ଅବସରରେ ଖୋର୍ଦ୍ଧାର ପାଇକ ଆଖଡା ଓ ଭଦ୍ରକରୁ ଆସିଥିବା ସାଂସ୍କୃତିକ ଦଳ ଗୁଡିକ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଯନ୍ତ୍ରୀ ଶାଶ୍ୱତ ରଞ୍ଜନ ଦାଶ, ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜ, ସିପି ସୁବ୍ରତ ନାୟକ, ଏସପି ପ୍ରଶାନ୍ତ ସେଠୀ, ପିଇଓ ଜିତେନ୍ଦ୍ର ଜେନାଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.