ଇଡିର ନୋଟିସକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଣଦେଖା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ମଦ ନୀତି ଦୁର୍ନୀତି ମାମଲା । ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତାଙ୍କୁ ହାଜର ହେବା ପାଇଁ ଇଡି ବାରମ୍ବାର ଜାରି କରୁଥିବା ନୋଟିସ୍‌ ବେଆଇନ ବୋଲି କହିଛି ଆପ୍‌। ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଏଜେନ୍ସିଙ୍କୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି, ‘ଇଡି ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି କିନ୍ତୁ ଏଜେନ୍ସିର ନୋଟିସ ବେଆଇନ ଅଟେ’। ଅନ୍ୟପଟେ ସିଏମ୍‌ଙ୍କ ବାସଭବନ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ହୋଇଥିବା କଥିତ ଭ୍ରଷ୍ଟାଚାର ମାମଲାରେ ପଚରାଉଚରା ପାଇଁ ନୋଟିସ୍ ଜାରି କରିଥିଲା ।

ବୁଧବାର ସକାଳେ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଜବାବ ଦେଇଛନ୍ତି । ଚିଠିରେ କେଜ୍ରିୱାଲ ଲେଖିଛନ୍ତି, ‘ଇଡି ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଇଡିର ନୋଟିସ ବେଆଇନ ଅଟେ । ଅନ୍ୟପଟେ ଆପ୍ କହିଛି ଯେ ସେମାନଙ୍କ ଉଦେଶ୍ୟ କେଜ୍ରିୱାଲଙ୍କୁ ଗିରଫ କରିବା । କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାର କରାଇ ନଦେବା ପାଇଁ ସେମାନେ ଚାହୁଁଛନ୍ତି । ନିର୍ବାଚନ ପୂର୍ବରୁ କାହିଁକି ନୋଟିସ୍ ପଠାଗଲା’।

ଏହା ପୂର୍ବରୁ ଗତ ନଭେମ୍ବର ୨ ତାରିଖ ଡିସେମ୍ବର ୨୧ ତାରିଖରେ କେଜରିୱାଲଙ୍କୁ ହାଜର ହେବାକୁ ଇଡି ନୋଟିସ୍‌ ଜାରି କରିଥିଲା। କିନ୍ତୁ ଦୁଇ ଦୁଇ ଥର କେଜରିୱାଲ ଇଡି ନୋଟିସକୁ ଏଡ଼ାଇ ଯାଇ ହାଜର ହୋଇ ନ ଥିଲେ। ତେବେ ଇଡି ନୋଟିସକୁ କେଜରିୱାଲ ୩ ଥର ଏଡ଼ାଇ ହାଜର ହେଉ ନ ଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନୋଟିସ୍‌ ପଠାଇବା ବ୍ୟତୀତ ଇଡି ନିକଟରେ ଅନ୍ୟ କ’ଣ ବିକଳ୍ପ ଅଛି ତା’ ଉପରେ ଜୋର ଧରିଛି ଚର୍ଚ୍ଚା।

ବରିଷ୍ଠ ଆଇନଜୀବୀ ଗୀତା ଲୁଥରାଙ୍କୁ ଏ ସଂକ୍ରାନ୍ତରେ କହିଛନ୍ତି,  ଇଡି ସମନରେ ହାଜନ ନ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ୱାରେଣ୍ଟ ଜାରି କରାଯିବ । ପ୍ରଥମେ ଜାମିନଯୁକ୍ତ ୱାରେଣ୍ଟି ଓ ପରେ ଜାମିନବିହୀନ ୱାରେଣ୍ଟ ଜାରି କରାଯିବ । ଏହାପରେ ବି ହାଜର ନ ହେଲେ ଗିରଫ କରାଯିବାର ପ୍ରାବଧାନ ରହିଛି। ଏଥିସହ ଇଡି ଟିମ୍‌ ଦିଲ୍ଲୀ ସିଏମ୍‌ଙ୍କୁ ତାଙ୍କ ବାସଭବନରେ ମଧ୍ୟ ପଚରାଉଚରା କରି ପାରିବେ ବୋଲି  ସେ କହିଛନ୍ତି। ଏଥିସହ ଠୋସ୍‌ ପ୍ରମାଣ ଓ ସନ୍ତୋଷଜନକ ଉତ୍ତର ନ ମିଳିଲେ ତାଙ୍କୁ ଇଡି ଗିରଫ ବି କରିପାରେ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.