ମଝି ଚିଲିକାରେ ଫସିଲା ଡଙ୍ଗା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମଝି ଚିଲିକା ଫସିଲା ଡଙ୍ଗା । ଯାତ୍ରୀ ବାହି ଡଙ୍ଗାର ମେସିନ ଖରାପ ଯୋଗୁ ଫସି ରହିଥିବା ସୂଚନା । ଡଙ୍ଗାରେ ପ୍ରାୟ ୨୫ ଜଣ ଯାତ୍ରୀ ଏବଂ ୧୦ଟି ବାଇକ୍ ଥିବା ଜଣାପଡିଛି। ପୁରୀ ସାତପଡ଼ାରୁ ଚିଲିକା ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଗୋଟିଏ ଡଙ୍ଗାର ମେସିନ ଖରାପ ହେବା କାରଣରୁ ଚିଲିକା ମଝିରେ ଏହା ଫସି ରହିଥିଲା । ସେହି ସମୟରେ ଡଙ୍ଗାରେ 25 ଜଣ ଯାତ୍ରୀଙ୍କ ସହ 10ଟି ବାଇକ ଥିଲା । ଏନେଇ ଖବର ପାଇବା ପରେ ଅନ୍ୟ ଡଙ୍ଗା ମାଧ୍ୟମରେ ମେସିନ ପଠାଯାଇ ଲୋକଙ୍କୁ ଗନ୍ତବ୍ୟସ୍ଥଳକୁ ପହଞ୍ଚା ଯାଇଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି(ବୁଧବାର) ସକାଳ 10ଟା 30 ମିନିଟ ସମୟରେ ଯାତ୍ରୀଙ୍କୁ ନେଇ ଡଙ୍ଗା ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ଚିଲିକା ମଏସା ଗାଁ ନିକଟରେ ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ଡଙ୍ଗାଟି ଆଗକୁ ଯାଇନପାରି ଗଭୀର ଜଳରାଶିରେ ଫସି ରହିଥିଲା । ଚିଲିକା ମଝିରେ ଡଙ୍ଗାଟି ଅଟକିବା କାରଣରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ସେତେବେଳେ ଡଙ୍ଗାରେ 25 ଜଣ ଯାତ୍ରୀଙ୍କ ସହିତ 10ଟି ବାଇକ ରହିଥିଲା । ଏହି ଘଟଣା ପରେ ସଙ୍ଗେ ସଙ୍ଗେ ଫୋନ ଯୋଗେ ଅନ୍ୟ ଡଙ୍ଗା ଚାଳକକୁ ଖବର ଦିଆଯାଇଥିଲା ।

ସେହିପରି ଡିସେମ୍ବର ୨୦ ତାରିଖ ଦିନ ଚିଲିକା ମଝିରେ ଅଟକିଥିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାଟି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଜହ୍ନିକୁଦା ଘାଟରୁ ସାତପଡା ଘାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକି ଯାଇଛି । ଏହି ଡଙ୍ଗାରେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ୪୦ ରୁ ଉର୍ଦ୍ଧ୍ବ ଗାଡି-ମୋଟର ଓ ସାଇକେଲ ଥିବା ଜଣାପଡିଥିଲା । ଏହାପରେ ଅନ୍ୟ ଏକ ଡଙ୍ଗା ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.