କୁଷ୍ଠ ଏବଂ ଫାଇଲେରିଆ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୁଷ୍ଠ ଏବଂ ଫାଇଲେରିଆ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ | ଆଜି ବାମନଘାଟୀ ଉପଖଣ୍ଡ ଗୋରୁମହିଷାଣୀ ଠାରେ ପ୍ରପାଇଟର ଘନଶ୍ୟାମ ମିଶ୍ରା ଏଣ୍ଡ ସନ୍ସ ପ୍ରାଇଭେଟ (ଗୋରୁମହିଷାଣୀ ଲୌହ ଖଣି) ର ମ୍ୟାନେଜର ଶ୍ରୀଯୁକ୍ତ ବିକାଶ ରଂଜନ ନାୟକ ଏବଂ ଲେବର ୟୁନିଯନର ସଭାପତି ଶ୍ରୀ ସତ୍ୟବ୍ରତ ଦାସଙ୍କ ଉପସ୍ଥିତିରେ ତଥା ଲେପ୍ରାସୋସାଇଟି ଆୟୋଜନରେ ୩୫ ଜଣ କୁଷ୍ଠ ଭିନ୍ନକ୍ଷମ ବ୍ୟକ୍ତି ଏବଂ ୭ ଜଣ ଫାଇଲେରିଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଶୀତବସ୍ତ୍ର (କମ୍ବଳ) ମାଗଣାରେ ବଣ୍ଟନ କରାଯାଇଛି |

ଏହି ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଲେପ୍ରାସୋସାଇଟି କ୍ଷେତ୍ର କର୍ମୀ ସୁକୁମତି ହେମ୍ବ୍ରମ, ଅମ୍ବୁବତୀ ଦଳାଇ, ରବୀନ୍ଦ୍ର କୁମାର ଦାସ, ଲେପ୍ରାସୋସାଇଟି ର ପ୍ରଜେକ୍ଟ ଏସୋସିଏଟ୍ ପ୍ରହଲ୍ଲାଦ ମଙ୍ଗରାଜ ଉପସ୍ଥିତ ରହି ଶୀତବସ୍ତ୍ର ବଣ୍ଟନରେ ସହାୟତା କରିଥିଲେ |

ଶେଷରେ ପ୍ରପାଇଟର ଘନଶ୍ୟାମ ମିଶ୍ରା ଏଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡର ମ୍ୟାନେଜର ଶ୍ରୀ ବିକାଶ ରଂଜନ ନାୟକ ଆଶା ପ୍ରକଟ କରିଛନ୍ତି ଯେ ଆଗାମୀ ଦିନରେ ରାଇରଙ୍ଗପୁର ଅଞ୍ଚଳରେ ଥିବା କୁଷ୍ଠ ଏବଂ ଫାଇଲେରିଆ ରୋଗୀଙ୍କ ନିମନ୍ତେ ସହାୟତା ଜାରି ରହିବ

Leave A Reply

Your email address will not be published.