ଆଜି କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ କରୁଛି ବିଜେପି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦୀର୍ଘ ଦିନର ଧାରଣା, ଅଫିସ ଘେରାଉ ସତ୍ତ୍ୱେ ଦାବି ଶୁଣିଲାନି ପ୍ରଶାସନ।  ଆଜି କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ କରୁଛି ବିଜେପି। ବିଭିନ୍ନ ସମସ୍ୟା ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଦୋକାନ ବଜାର ବନ୍ଦ ରହିଛି । ତେବେ ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି।

କଳାହାଣ୍ଡି ଜିଲ୍ଲାରେ ମଣ୍ଡିରେ ଚାଷୀ ସମସ୍ୟା, ଧାନ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଏହି ସବୁ ସମସ୍ୟାର ସମାଧାନ ଦାବିରେ ପୂର୍ବରୁ ବିଜେପି ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍, ଆର୍ ଆଇ ଅଫିସ ଘେରାଉ କରାଯାଇଥିଲା। ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ଆଜି ବନ୍ଦ ପାଳନ କରାଯାଉଥିବା ବିଜେପି କହିଛି। ବନ୍ଦ ଯୋଗୁ ଆଜି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଦୋକାନ ବଜାର ବନ୍ଦ ରହିଛି। ତେବେ ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ପ୍ରାଥମିକତା ଭିତ୍ତିରେ ଆମ୍ବୁଲାନ୍ସକୁ ଛାଡ଼ି ଦିଆଯାଉଛି।

ଏନେଇ ଜଣେ ବିଜେପି ନେତା କହିଛନ୍ତି, ଧାନ କଟନୀ ଛଟନି ପ୍ରତିବାଦରେ ବ୍ଲକ ଅଫିସ, ଆରଆଇ ଅଫିସ ଘେରାଉ କଲୁ। ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ୮ ଦିନ ବସିଲୁ। ଏହାପରେ ବି ପ୍ରଶାସନ ଶୁଣିଲାନି। ତେଣୁ ଏହା ପ୍ରତିବାଦରେ ଆମେ ରାସ୍ତାକୁ ଓହ୍ଲାଇଛୁ। ଆମେ ଶାନ୍ତିଶୃଙ୍ଖଳାର ସହ ଅହିଂସା ଉପାୟରେ ଚାଷୀଙ୍କ ପାଇଁ ଆନ୍ଦୋଳନ ଜାରି ରଖିବୁ।

 

Leave A Reply

Your email address will not be published.