ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ଆନନ୍ଦପୁର ଠାରେ ୨୪ କଂଗ୍ରେସ ତାର ବଳକଷିବା ଆରମ୍ଭ କରିଛି। ଇଂରାଜୀ ନୂତନବର୍ଷ ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଆନନ୍ଦପୁର ଷ୍ଟାଡିୟମ ପରିସରରେ ଆୟୋଜିତ ବନ୍ଧୁମିଳନ ଓ ସମ୍ବଦ୍ଧନା ପର୍ବରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରୟାସ ଆରମ୍ଭ କରିଛି। ସମାବେଶରେ ଦୁଇ ହଜାରରୁ ଊର୍ଦ୍ଧ୍ବ ସମର୍ଥ କଙ୍କ ଉପସ୍ଥିତରେ ପୂର୍ବତନ ପିସିସି ସଭାପତି ତଥା ଆନନ୍ଦପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସନେତା ଜୟଦେବ ଜେନା ଦୁଇ ପ୍ରମୁଖ ବିଜେପି ଓ ବିଜେଡି ଦଳକୁ ଟାର୍ଗେଟ ଅଛନ୍ତି।
ରାଜ୍ୟର ବିକାଶ ପାଇଁ ଏକ- କରିଛନ୍ତି ବିକଳ୍ପ ରାଜନୈତିକ ଦଳ ଭାବେ ମାତ୍ର କଂଗ୍ରେସ ନିଜକୁ ଦାବି କରୁଥିବାବେଳେ ଆୟୋଜିତ କାର୍ଯ୍ୟ କ୍ରମରେ ସଂସଦରେ ଗୋଟିଏ ଅଧୁବେଶନରେ ବହୁ ସଂଖ୍ୟକ ସାଂସଦଙ୍କୁ ନିଲମ୍ବନ ଭଳି ପଦକ୍ଷେପକୁ ଆଧାର କରି ବିଜେପି ଗଣତନ୍ତ୍ରକୁ ଲୋପ କରୁଥିବା ଏବଂ ରାଜ୍ୟରେ ନାରୀ ସୁରକ୍ଷା ପ୍ରହସନରେ ପରିଣତ ହୋଇଥୁବା ଜୟଦେବ ପ୍ରକାଶ କରିଥିଲେ। ଏହା ସହିତ ବିଦ୍ୟାଳୟର ରୂପାନ୍ତରୀକରଣନାମରେ ଶିକ୍ଷା ବ୍ୟବସ୍ଥା ନିମ୍ନସ୍ତରରେ ପହଞ୍ଝା, ଦୁର୍ନୀତି ସୀମା ଲଂଘିବା, ଡାକ୍ତରଖାନାରେ ଡାକ୍ତର ଅଭାବ ରୋଗୀ ସେବାକୁ ବିପର୍ଯ୍ୟସ୍ତ, ରାଜ୍ୟରେ ଶିଶୁ ଅପହରଣ ଓ ନାବାଳିକା ନିର୍ଯାତନା ଭଳି ଘଟଣାକ୍ରମକୁ ଉପସ୍ଥାପନ କରି ଆଗାମୀ ନିର୍ବାଚନରେ ବିଜେଡିକୁ ପ୍ରତ୍ୟାଖାନ କରିବାକୁ ଆହ୍ବାନ ଦେଇଥିଲେ ।
ଆନନ୍ଦପୁର ପୌରାଞ୍ଚଳ କଂଗ୍ରେ ସ ସଭାପତି ହାଡି ବନ୍ଧୁ ଝୁଟିଆଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ନିକୁଞ୍ଜ ବିହାରୀ ମିଶ୍ର ମଞ୍ଚ ପରିଚାଳନାରେ କଂଗ୍ରେସ ଯୁବନେତା ମନୋଜ ଜେନାଙ୍କ ନେତୃତ୍ବରେ ରାଜ୍ୟସ୍ତରର ବହୁ ଯୁବ କଂଗ୍ରେସ ପଦାଧିକାରୀ ଉପସ୍ଥିତ ରହି ଶାସକ ବିଜେଡି କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ।