ସୋଆ କମ୍ୟୁନିଟି ହନୀ ପଟ୍ଟନାୟକ ରେଡ଼ିଓ ସଂଘର ରାଜ୍ୟ ଉପସଭାପତି ଭାବେ ମୋନାନିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶିକ୍ଷା ଓ ଅନୁସନ୍ଧାନ ଅନ୍ତର୍ଗତ ଭଏସ ଅଫ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ର ନିର୍ଦେଶିକା ହନୀ ପଟ୍ଟନାୟକ ସର୍ବ ଭାରତୀୟ କମ୍ୟୁନିଟି ରେଡ଼ିଓ ସଂଘର ରାଜ୍ୟ ଉପସଭାପତି ଭାବେ ମୋନାନିତ ହୋଇଛନ୍ତି ।

ସର୍ବ ଭାରତୀୟ କମ୍ୟୁନିଟି ରେଡ଼ିଓ ସଂଘର ଅନୁମୋଦନ କ୍ରମେ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ସଂଘ ଗଠନ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ସ୍ଥିତ ରେଡ଼ିଓ ସୁରଭି ର ମୁଖ୍ୟ ଶିଶିର କୁମାର ଦାସଙ୍କୁ ରାଜ୍ୟ ସଭାପତି, ‘ରେଡିଓ ଉତ୍କଳ’ର ମୁଖ୍ୟ ଅମିୟ ଭୂଷଣ ବିଶ୍ୱାଳଙ୍କୁ ସମ୍ପାଦକ, ‘ରେଡିଓ ମୁସ୍କାନ’ ର ଧନେଶ୍ୱର ସାହୁଙ୍କୁ କୋଷାଧ୍ୟକ୍ଷ, ‘ସୋଆ କମ୍ୟୁନିଟି ରେଡିଓ’ ର ନିର୍ଦ୍ଦେଶିକା ହନି ପଟ୍ଟନାୟକଙ୍କୁ ଉପସଭାପତି ଓ ‘ରେଡିଓ ବାଘାଯତୀନ’ର ମିନତି ବିନ୍ଧାଣିଙ୍କୁ ସହ-ସମ୍ପାଦକ ଭାବେ ମନୋନୀତ କରାଯାଇଛି ।

ଏହା ଛଡ଼ା ରାଜ୍ୟର ବିଭିନ୍ନ ଅଂଚଳର କମ୍ୟୁନିଟି ରେଡିଓ ମୁଖ୍ୟ ବିକାଶ ମହାପାତ୍ର, ସୁଜିତ ପଟ୍ଟନାୟକ, ପ୍ରଭାସ ସାମନ୍ତରାୟ, ସୌମ୍ୟ ରଂଜନ ନାୟକ, ପ୍ରତାପ ବାରିକ ଓ ଲିଙ୍ଗରାଜ ସାମନ୍ତରାୟଙ୍କୁ ସଭ୍ୟ ଭାବେ ଚୟନ କରାଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟରେ ବର୍ତମାନ ମୋଟ ୩୭ଟି କମ୍ୟୁନିଟି ରେଡିଓ କାର୍ଯ୍ୟ କରୁଛି ।

Leave A Reply

Your email address will not be published.