କୋରାପୁଟ କଳା ଧାନକୁ ଜିଆଇ ଟ୍ୟାଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୋରାପୁଟ ଜିଲ୍ଲା ପାଇଁ ଆଉ ଏକ ଖୁସି ଖବର। କୋରାପୁଟ କଫି, ଝାଡ଼ୁ, ସାବୁନ ଓ ହଳଦୀ ପରେ ବିରଳ ଧାନ କଳାଜିରାକୁ ମିଳିଛି ସ୍ବତନ୍ତ୍ର ମାନ୍ୟତା। ଲୋପ ପାଇବାକୁ ଯାଉଥିବା ସୁଗନ୍ଧଯୁକ୍ତ ଏହି ଧାନକୁ ମିଳିଛି ଭୌଗଳିକ ସ୍ବକୃତୀ ବା ଜିଆଇ ଟ୍ୟାଗର ସ୍ବତନ୍ତ୍ର ମାନ୍ୟତା ମିଳିଛି। କୋରାପୁଟ ଜିଲ୍ଲାର ଜୈବିକ ଶ୍ରୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନି ପକ୍ଷରୁ ଏହି ବିରଳ ଧାନକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରାଯିବାକୁ ଆବଦେନ କରାଯାଇଥିବାବେଳେ କେନ୍ଦ୍ର ସରକାର ସ୍ବୀକୃତି ମିଳିଛି।କଳାଜିରା ଧାନର ସ୍ବତନ୍ତ୍ର ସ୍ବାଦ ରହିଥିବାରୁ ଲୋକେ ଏହାକୁ ପସନ୍ଦ କରିଥାନ୍ତି।

କେବଳ କୋରାପୁଟରେ ଏହି ଧାନ ଚାଷ କରାଯାଉଥିବା ବେଳେ ପଦ୍ମଶ୍ରୀ କମଳା ପୂଜାରୀ, ପ୍ରଗତି ଏନଜିଓ, ଜୈବିକଶ୍ରୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଓ ଏକାଧିକ ଚାଷୀଙ୍କ ଉଦ୍ୟମ ଯୋଗୁ ଏହି ଧାନ ଏବେ ଚାଷ ହୋଇପାରୁଛି। ଏହି ଧାନର ଔଷଧୀୟ ଗୁଣ ରହିଥିବା ବେଳେ ଡାଇବେଟିସ୍ ରୋଗୀଙ୍କ ଏହା ବିଶେଷ ଲାଭପ୍ରଦ। ଏକର ପିଛା ଏହି ଧାନ ୫ରୁ ୧୦କୁଇଣ୍ଟାଲ ଅମଳ ହୋଇଥାଏ। ଏହି ଧାନ ଅମଳ ହେବା ପାଇଁ ୧୪୦ରୁ ୧୫୫ଦିନ ଲାଗି ଥାଏ। ଏହି କଳାଜିରା ଧାନ ଚାଷ କିଭଳି ଅଧିକରୁ ଅଧିକ ଚାଷୀ କରିବେ ସେ ଦିଗରେ ପ୍ରଶାସନିକସ୍ତରରେ ପ୍ରୟାସ କରାଯିବାର ଆବଶ୍ୟକା ରହିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ଜୈବିକଶ୍ରୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ ମିଳିଥିବା ସୂଚନା ଅନୁଯାୟୀ, ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ପ୍ରଗତି ଏନଜିଓ ଓ ନାବାର୍ଡ ମଧ୍ୟରେ ଏମ୍‌ଓୟୁ ହୋଇଥିବାବେଳେ ସବୁ କାଗଜପତ୍ର ପ୍ରଦାନ କରାଯାଇଥିଲା। ୨୦୨୨ ମସିହାରେ ଜାନୁଆରୀ ୧୧ ତାରିଖରେ ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଆବ‌େଦନ କରାଯାଇଥିଲା।

ଏହାକୁ କ୍ଲାସ-୩୦ ଭାବେ ପରିଚୟ ଦିଆଯାଇଥିବାବେଳେ ଅବଜେକ୍ସନକୁ ଅପେକ୍ଷା କରାଯାଇଥିଲା। ଏହି ପକ୍ରିୟା ଶେଷ ହେବା ପରେ ଆଜି ଅନୁମୋଦନ ମିଳିଛି ବୋଲି ସିଇଓ ମୂରଲୀଧର ଅଧିକାରୀ କହିଛନ୍ତି।ଏହି କଳାଜୀରା ଧାନ ଜିରା ପରି ଦୃଶ୍ୟମାନ ହେଉଥିବାବେ‌ଳେ ଜିରାପରି ସ୍ବାଦ ରହିଥାଏ। ଏହି ଧାନର ଔଷଧୀୟ ଗୁଣ ରହିଥିବା ବେଳେ ଡାଇବେଟିସ୍ ରୋଗୀଙ୍କ ବିଶେଷ ଲାଭପ୍ରଦ। ଏକର ପିଛା ଏହା ୫ରୁ ୧୦କୁଇଣ୍ଟାଲ ଧାନ ଅମଳ ହେବା ସହ ୧୪୦ରୁ ୧୫୫ଦିନରେ ଏହା ଚାଷ ହେଉଛି। ସେଭଳି ଯେଉଁ ଧାନକୁ ନେଇ କୋରାପୁଟ ଜିଲ୍ଲାର ପରିଚୟ ସୃଷ୍ଟି ହୋଇଥିଲା ସେହି ଧାନ କିଭଳି ବଂଚିବ ଏବଂ ପ୍ରତିବର୍ଷ ଅଧିକାରୁ ଅଧିକା ଚାଷୀ ଏହାକୁ ଚାଷ କରିବେ ସେ ଦିଗରେ ପ୍ରଶାସନିକ ଭାବେ ପ୍ରୟାସ କରାଯିବାର ଆବଶ୍ୟକତା ନିହାତି ରୁପେ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.