ଦୁର୍ଗମରେ ପ୍ରକ୍ସି ସରପଞ୍ଚଙ୍କ ରାଜ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦୁର୍ଗମ ରେ ପ୍ରକ୍ସି ସରପଞ୍ଚ ଙ୍କ ରାଜ | ପ୍ରଶ୍ନ ପଚାରିଲେ ଦେଖାଉଛନ୍ତି ନାଲି ଆଖି ଦୁର୍ଗମ ରେ ରାଜ ଚଳାଇଛନ୍ତି ଏବେ ପ୍ରକ୍ସି ସରପଞ୍ଚ | ପ୍ରଶ୍ନ ପଚାରିଲେ ମିଳୁଛି ଧମକ | ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର ଜାଲିଆତି ରେ ଲିପ୍ତ ସରପଞ୍ଚ | ଆବାସ ଠାରୁ ଆରମ୍ଭ ମନେରେଗା ପ୍ରଜ୍ଯନ୍ତ ସବୁଠି ଚାଲୁଛି ସରପଞ୍ଚ ମାଦେମ ଙ୍କ ସ୍ଵାମୀ ଙ୍କ ରାଜ | ଘଟଣା କୁ କେନ୍ଦ୍ର କରି କିଛିଦିନ ପୂର୍ବରୁ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ବନ୍ଧୁଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ କୁଟ୍ରାବେଡ଼ା ଗ୍ରାମ ପଞ୍ଚାୟତ 11ଖଣ୍ଡ ଜନସାଧାରଣ ଆମ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଘାସାଇ ମେଲେଳା ଙ୍କ ସ୍ଵାମୀ ପ୍ରତ୍ଯେ ସରପଞ୍ଚ ଶ୍ରୀ ରେଙ୍ଗା ମେଲେକା, ସରପଞ୍ଚ କ କ୍ଷେମତାକୁ ହାତ ମୁଠାକୁ ନେଇ ଦୀର୍ଘ ୨ ବର୍ଷ ହେବ ମନମୁଖି ଶାସନ ଚଳେଇ ଆସୁଥିବା ଅଭିଯୋଗ ଦାଖଲ କରିଥିଲେ |ଗ୍ରାମପଞ୍ଚାୟତ ସମସ୍ତ ଜନସାଧାରଣ ସରପଞ୍ଚଙ୍କ ସେବା ପାଇବା ତ‌ ଦୂରର କଥା, କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ଠାରୁ ପଞ୍ଚାୟତ ରେ ଯାହା ସବୁ ସରକାରୀ ଯୋଜନା, ଅନୁଦାନ ଆସୁଛି ତାହା ମଧ୍ୟ ପାଇବା କଷ୍ଟକର ହୋଇପଡୁଛି ଗ୍ରାମାଞ୍ଚଳ ବାସୀଙ୍କୁ। ସବୁଠାରୁ ବଡ କଥା ଏହି ସବୁ ସମସ୍ଯା କଥା ବଖାଣିଛନ୍ତି ଖୋଦ୍ ବିଜେଡି ପଂଚାୟତ ସଭାପତି ସହ ବିଜେଡି ନେତା |

ସମିତି ସଭ୍ୟ ଏବଂ ବିଜେଡି ପଂଚାୟତ ସଭାପତି, ସନ୍ତଶ ବାବୁ ଅଭିଯୋଗ ଆଣିଛନ୍ତି | ନଜର ପକାନ୍ତୁ ବନ୍ଧୁଙ୍ଗା ଅଞ୍ଚଳରେ ହୋଇଥିବା ଦୁର୍ନୀତ ର ଏହି ଚିଠା ଉପରେ ପ୍ରଥମ ଘଟଣା ଦୀର୍ଘ ଦିନ ଧରି ନାଲି ଆଖି ସହ ରାତ୍ରି ଜଗୁଆଳି ଙ୍କ ଦରମା ବନ୍ଦ | ଅଭିଯୋଗ ନମ୍ବର ଦୁଇ ମନେରେଗା କାମକୁ ମେଟମାନଙ୍କୁ ନଦେଇ ବା ନିଜେ ମଧ୍ଯ ନକରି PEO ଓ GRS ଙ୍କୁ ଧମକ ଦେଇ ମିଥ୍ୟା ଡିମାଣ୍ଡକରି ଟଙ୍କା ହଡ଼ପ| ଅଭିଯୋଗ ନମ୍ବର ତିନି ।ବିଧବା/ବାର୍ଦ୍ଧକ୍ୟ/ବିକଳାଙ୍ଗ ଇତ୍ୟାଦି ଭତ୍ତା ମୂତ ହିତାଧିକାରୀଙ୍କ ଭତ୍ତାକାର୍ଡ ନିଜପାଖରେ ରଖ୍ ଜୀବିତ ଅଛନ୍ତି ବୋଲି PEO କୁ ଧମକ ଦେଇ ମୃତ ହିତାକାରୀଙ୍କ ଭତ୍ତା ଟଙ୍କା ମାଗିନେଇ ଆତ୍ମସାତ| ମୃଭିକା ସଂରକ୍ଷଣ ବିଭାଗ ତରଫରୁ ପଞ୍ଚାୟତ ଚାଷିମାନେ ପୋଖରୀ ଖୋଳା ଯାଇଥିବା ହିତକାରୀଙ୍କ ଡିମାଣ୍ଡ ନଦେଇ ମିଥ୍ୟା ଡିମାଣ୍ଡ କରି ନିଜେ ଭକ୍ତ ଟଙ୍କାକୁ ହଡ଼ପ।କୁଟ୍ରାବେଡ଼ା ଗ୍ରାମ ପଞ୍ଚାୟତର ଅଙ୍ଗନୱାଡ଼ି ଗୃହ ଓ ବଜାର ଗୃହ କୁ ଆଜକୁ ପ୍ରାୟ ୭ ବର୍ଷ ହେବ ଟଙ୍କା ସବୁ ହଡ଼ପ କରି ସମ୍ପୁର୍ଣ ନ‌କରି ଛାଡ଼ିଦେଇଛନ୍ତି।

ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଓ ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ହିତାଧୁକାରୀଙ୍କ ଠାରୁ ଜବରଦସ୍ତି ଲାଞ୍ଚ ନେଉଅଛନ୍ତି।କୁଟ୍ରାବେଡ଼ା ଗ୍ରାମ ପଞ୍ଚାୟତର PMAY ହିତାଧୁକାରୀ ଶ୍ରୀମତୀ ଗେଲ ସାରାକା ଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ବାବଦକୁ ପ୍ରଥମ କିସ୍ତି ଟ. 40000.00 oଟଙ୍କା ମାତ୍ର ସଞ୍ଚୟ ଖାତା ସଂଖ୍ୟା-41260091927 ରେ ଜମା ହୋଇଥିଲାଲା । ସେହି ଟଙ୍କାକୁ ମହିଳା ସରପଞ୍ଚ ଘାଷାଇ ମେଲେକା ଙ୍କ ସ୍ବାମୀ ପ୍ରକ୍ସି ସରପଂଚ ରେଙ୍ଗା ମେଲେକା, ମନେରେଗା ଟଙ୍କା କହି ନିରୀହ ମହିଳା ଙ୍କୁ ଠକି ଉଠାଇ ନେଇଥିବା ଅଭଜଗ ଆସିଛି। ଥାନା ରେ ଏତଲା ପରେ ବନ୍ଧୁଗାଁ ଥାନା ପୁଲିସ ବାବୁ ବି ଚୁପ୍ ଚାପ୍ ବସିଛି। ଏମିତି ଅନେକ ଅଭିଯୋଗ ରହିଛି ସରପଞ୍ଚ ମେଡେମ ଓ ତାଙ୍କ ସ୍ଵାମୀ ଙ୍କ ନାମରେ |

Leave A Reply

Your email address will not be published.