ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପୁର୍ନବାର କଟକ ଜିଲ୍ଲା ନିଆଳି ବ୍ଲକର ତିନୋଟି ପଞ୍ଚାୟତର ୧୪ଟି ବୁଥରେ ସାନି ମତଦାନ ଆରମ୍ଭ ହୋଇଛି। ପୋଖରୀ ଗାଁ ପଞ୍ଚାୟତରେ ୧,୭,୮,୧୧,୧୨,୧୩,୧୪,୧୫,୧୬,୧୭,୧୮ ଓ ୧୯ । ସେହିପରି ଅଲଣା ପଞ୍ଚାୟତର ୧୨ ଓ ବିଳାଶୁଣୀ ପଞ୍ଚାୟତର ୧୪ ଓ୍ଯାର୍ଡରେ ସାନି ମତଦାନ ଅନୁଷ୍ଠିତ ହୋଇଛି । ଏହି ମତଦାନ ସକାଳ ୧୦ ରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ।
ଗତକାଲି (ଗୁରୁବାର) କଟକ ଜିଲ୍ଲା ନିଆଳି ବ୍ଳକର ୨୩ଟି ଗ୍ରାମ ପଞ୍ଚାୟତ ପାଇଁ ୪୭୨ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କେତେକ ସ୍ଥାନରେ ନିର୍ବାଚନକୁ ନେଇ ବାଦ, ବିବାଦ,ଗଣ୍ତଗୋଳ ଓ ମତଦାନ ସମୟରେ ଗୋଷ୍ଠୀ ବିବାଦ ଦେଖା ଦେଇଥିଲା। ଏପରିକି କିଛି ପଞ୍ଚାୟତରେ ଭୋଟ ବାକ୍ସ ପାଣିରେ ଫିଙ୍ଗା ଯାଇଥିଲା ।
କିଛିସ୍ଥାନରେ ଭୋଟ ବାକ୍ସରେ ଦୃବୁର୍ତ୍ତମାନେ ପାଣି ପୂରାଇ ଦେଇଥିଲେ। ସେ ସବୁ ସ୍ଥାନ ମାନଙ୍କରେ ମତଦାନ ବନ୍ଦ ରହିଥିଲା। ଆଜି ପୁର୍ନବାର ମତଦାନ ଚାଲିଛି। ସେଗୁଡିକ ହେଲା ପୋଖରୀ ଗାଁ ପଞ୍ଚାୟତର ୧୨ଟି ଅଲଣା ଓ ବିଳାଶୁଣି ପଞ୍ଚାୟତରେ ଗୋଟିଏ ଲେଖାଏଁ ବୁଥରେ ସାନି ମତଦାନ ଆଜି ହେଉଛି । ଏଥିପାଇଁ ସବୁ ପ୍ରକାର ପଦକ୍ଷେପ ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିଜେ ବିଭିନ୍ନ ବୁଥ ପରିଭ୍ରମଣ କରିଛନ୍ତି।
ସାନି ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛ।
କହିରଖୁଛୁ କି ଗତ 16 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା। ଏଥିରେ ୭୭.୨% ମତ ଦାନ ହୋଇଥିଲା । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୮.୩% ମତଦାନ ହୋଇଥିଲା । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 78.6ପ୍ରତିଶତ ମତଦାନ ହୋଇଥିଲା। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 79 % ମତଦାନ ହୋଇଥିଲା। ଆଜି ପଞ୍ଚମ ପର୍ଯ୍ୟାୟରେ 70 ପ୍ରତିଶତ ମତଦାନ ହୋଇଛି। ଅନ୍ୟ ପକ୍ଷରେ ଉପକୂଳ ଓଡ଼ିଶାର ଯାଜପୁର,ପୁରୀ ସମେତ କିଛି ଜିଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ଆସନ୍ତା 26,27,28 ରେ ଭୋଟ ଗଣତି ହେଵ।