ପୁଣି ୨ ଜୀବନ ନେଲା ୫୨୦ ନମ୍ୱର୍ ଜାତୀୟ ରାଜପଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରୋଇଡାଛକ ନିକଟରେ ଛିଡା ଟ୍ରକ୍ ପଛରେ ବାଇକ ଧକ୍କା, ଶିଶୁ ସମେତ ଦୁଇ ମୃତ ଓ ମହିଳା ଗୁରୁତର | କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର୍ ଜାତୀୟ ରାଜପଥର ରୋଇଡା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି |ଜଣେ ଶିଶୁ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି।

ଗୁରୁତର ମହିଳା ଜଣକ ଯୋଡା ଆଜାଦ ବସ୍ତିର ସଞ୍ଜୁ ମହାକୁଡ। ସୂଚନାନୁସାରେ ସେମାନେ ଏକ ବାଇକ ଯୋଗେ ଭଦ୍ରାସାହି ଅଭିମୁଖେ ଆସୁଥିବା ବେଳେ ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଛିଡା ହୋଇ ରହିଥିବା ଏକ ଟ୍ରକ୍ ପଛରେ ବାଇକ ଯାଇ ପିଟି ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ବଡବିଲ ମେଡିକାଲ ଅଣା ଯାଇଥିବା ବେଳେ ସେଠାରେ ଡାକ୍ତର ବାଇକ ଆରୋହୀ ଓ ଶିଶୁକୁ ମୃତ ଘୋଷଣା କରିଥିଲେ।

ଅନ୍ୟ ପକ୍ଷରେ ସଞ୍ଜୁ ମହାକୁଡ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ ଶିଶୁ ଜଣକ ତାଙ୍କ ୫ ବର୍ଷୀୟା ଝିଅ ବୋଲି ଶୁଣିବାକୁ ମିଳିଛି। ପୋଲିସ ଘଟଣାର ତଦନ୍ତଜାରି ରଖିଛି।

Leave A Reply

Your email address will not be published.