ଅବକାରୀ ବିଭାଗ ଦ୍ଵାରା ୧୪କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ,୩ଜଣ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବକାରୀ ବିଭାଗ ଦ୍ଵାରା ୧୪କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ,୩ଜଣ ଗିରଫ | ଅବକାରି ବିଭାଗ ପକ୍ଷରୁ ପୃଥକ ଭାବେ ତିନି ଗୋଟି ସ୍ଥାନରେ ଚଢ଼ାଉ କରି ସମୁଦାୟ ୧୪କିଲୋ ୮୦୦ଗ୍ରାମର ଗଞ୍ଜେଇ ଜବତ ସହ ୩ଜଣ ଗିରଫ ହୋଇଛି। ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ହେବା ନେଇ ଅବକାରୀ ବିଭାଗକୁ ବିଶ୍ୱସ୍ଥସୂତ୍ରରୁ ଖବର ମିଳିଥିଲା।

ଏନେଇ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କଁହରଙ୍କ ନିର୍ଦ୍ଦେଶକ୍ରମେ ଖୁଣ୍ଟା, ମୋରଡ଼ା ଓ ବେତନଟୀ ଅବକାରୀ ବିଭାଗ ଅଧିକାରୀ ମାନଙ୍କ ନେତୃତ୍ୱରେ ତିନି ଗୋଟି ପୃଥକ ସ୍ଥାନରେ ମଙ୍ଗଳବାର ଚଢ଼ାଉ କରାଯାଇଥିଲା। ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ଡୁକୁରା ବସଷ୍ଟାଣ୍ଡ ଠାରେ ଏକ ବ୍ୟାଗରେ ଗଞ୍ଜେଇ ଧରି ଯାଉଥିବା ବେଳେ ଚଢ଼ାଉ କରିଥିଲେ। ୪କେଜି ଗଞ୍ଜେଇ ଜବତ କରିବା ସହ ବୈଶିଙ୍ଗା ଥାନା ଅନ୍ତର୍ଗତ ଆଗରିଆ ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ରମାକାନ୍ତ ଦେହୁରୀ(୨୩)କୁ ଗିରଫ କରାଯାଇଛି। ସେହିପରି ମୋରଡ଼ା ଅବକାରୀ ବିଭାଗ ପକ୍ଷରୁ ଚିତ୍ରଡା ବସଷ୍ଟାଣ୍ଡ ଠାରେ ଏକ ବ୍ୟାଗରେ ଗଞ୍ଜେଇ ଧରି ଯାଉଥିବା ବେଳେ ଚଢ଼ାଉ କରିଥିଲେ।

୭କିଲୋ ୨୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ଗ୍ରାମ ପଞ୍ଚାୟତର ହୋତାପୁର ଗ୍ରାମର ଚନ୍ଦ୍ରମୋହନ ବିଶ୍ୱାଳ(୩୮)କୁ ଗିରଫ କରାଯାଇଛି। ଅନ୍ୟ ଏକ ଘଟଣାରେ ବେତନଟୀ ଅବକାରୀ ବିଭାଗ ପକ୍ଷରୁ ମେରଦା ଗାଁ ରାସ୍ତାରେ ଏକ ବ୍ୟାଗରେ ଗଞ୍ଜେଇ ଧରି ଯାଉଥିବା ବେଳେ ଚଢ଼ାଉ କରିଥିଲେ। ୩କିଲୋ ୬୦୦ଗ୍ରାମର ଗଞ୍ଜେଇ ଜବତ କରିବା ସହ ବୈଶିଙ୍ଗା ଥାନା ଅନ୍ତର୍ଗତ ମେରଦା ଗ୍ରାମର ରବୀନ୍ଦ୍ର ଲେଙ୍କା(୩୬)କୁ ଗିରଫ କରାଯାଇଛି। ତେବେ ତିନି ଜଣଙ୍କୁ ଗିରଫ ମଙ୍ଗଳବାର ବାରିପଦା ସ୍ଥିତ କୋର୍ଟ ଚାଲାଣ କରାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ପୃଥକ ଭାବେ ତିନି ଗୋଟି ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.