ଅରଡବଜାରରୁ ୧୧ ଲକ୍ଷର ବ୍ରାଉନସୁଗର ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅରଡବଜାରରୁ ୧୧ ଲକ୍ଷର ବ୍ରାଉନସୁଗର ଜବତ, ଜଣେ ଗିରଫ | ଅଡରବଜାର ମସଜିଦଗଳିରୁ ୧୧ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ।ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଡରବଜାର ମସଜିଦ ଗଳି ରୁ ୧୧୦ ଗ୍ରାମ ଓଜନର ବ୍ରାଉନସୁଗାର ପୋଲିସ ଜବତ କରିବା ସହିତ ଜଣେ ମହିଳାଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ।

ଏ ନେଇ ସହଦେବଖୁଣ୍ଟା ଥାନା ପରସରରେ ଗତକାଲି ରାତି ଆଠଟା ସମୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସିଟି ଡିଏସପି ଗାୟତ୍ରୀ ପ୍ରଧାନ ସୂଚନା ଦେଇଥିଲେ।ସୂଚନା ଅନୁସାରେ ଗତକାଲି ସକାଳେ ମସଜିଦଗଳି ଠାରେ ବ୍ରାଉନସୁଗାର କାରବାର ସମ୍ପର୍କରେ ସହଦେବ ଖୁଣ୍ଟା ପୋଲିସ ଖବର ପାଇ ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରିଥିଲେ।

ଏହି ଚଢ଼ାଉରେ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୧୦ ଗ୍ରାମ ଓଜନର ବ୍ରାଉନସୁଗାର ଯାହାର ବଜାର ମୂଲ୍ୟ ୧୧ ଲକ୍ଷ ଟଙ୍କାର ହେବ ଜବତ କରାଯାଇଥିଲା। ଏ ସଂପର୍କରେ ସହଦେବଖୁଣ୍ଟା ଥାନାରେ ୫୯/୨୦୨୪ , ୨୧ ବି,NDPS ଆକ୍ଟରେ ମାମଲା ରୁଜୁ କରାଯାଇଛି।ତେବେ ଗିରଫ ମହିଳା ହେଲେ ମସଜିଦଗଳି ଅଞ୍ଚଳର ସହେଲା ବିବି।ତାଙ୍କ ନାମରେ ପୂର୍ବରୁ ବସ୍ତା ଥାନା ଓ ସହଦେବଖୁଣ୍ଟା ଥାନା ରେ ଦୁଇଟି ମାମଲା ଥିବାର ସୂଚନା ମିଳିଛି।

Leave A Reply

Your email address will not be published.