ଇଣ୍ଟିଗ୍ରେଟେଡ଼ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଟରର ଶିଳାନ୍ୟାସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ପୋୖରପାଳିକା ପକ୍ଷରୁ ଇଣ୍ଟିଗ୍ରେଟେଡ଼ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଟର ଗୃହର ବୁଧବାର ଶିଳାନ୍ୟାସ କରାଯାଇଛି। ବାରିପଦା ପୋୖରପାଳିକାର ଅଞ୍ଚଳର ସମସ୍ତ ସ୍ଥାନକୁ ଗୋଟିଏ ସ୍ଥାନରେ ବସି ନିରୀକ୍ଷଣ କରିବା ପାଇଁ ବାରିପଦା ପୋୖରପାଳିକା ପକ୍ଷରୁ ଉକ୍ତ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାକି ପୋୖରପାଳିକା ସ୍ତରରେ ସମଗ୍ର ଓଡ଼ିଶାରେ ପ୍ରଥମ ଥର ପାଇଁ ବାରିପଦା ପୋୖରପାଳିକା ପ୍ରୟାସ କରାଯାଇଛି।

ସୂଚନା ଅନୁଯାୟୀ, ବାରିପଦା ପୋୖରପାଳିକା ଅନ୍ତର୍ଗତ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ସମ୍ପତି ମାନଙ୍କ ସଠିକ ଭାବେ ନିରୀକ୍ଷଣ କରିହେବ।ବାରିପଦା ପୋୖରପାଳିକା ଅଞ୍ଚଳରେ ୧କୋଟି ୪୦ଲକ୍ଷ ଟଙ୍କା ବିନିଯୋଗରେ ୧୨୭ଗୋଟି ସ୍ଥାନ ସିସିଟିଭି ଲଗାଯିବା ସହ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଛି। ଉକ୍ତ ସିସିଟିଭି ଜରିଆରେ ପୋୖରପାଳିକାର ସମ୍ପତ୍ତି ଉପରେ ତୀକ୍ଷ୍ନ ନଜର ରଖି ନିରୀକ୍ଷଣ କରାଯିବ। ଏଥି ସହିତ ପୋୖରପାଳିକା ପକ୍ଷରୁ ପ୍ରତି ୱାର୍ଡରେ ହେଉଥିବା ସ୍ୱଚ୍ଛତା କାର୍ଯ୍ୟର ସ୍ଥିତି ନେଇ ଅନୁଧ୍ୟାନ କରିବା ସହ ଜନ ଅଭିଯୋଗ ଗୁଡିକର ମଧ୍ୟ ନିରୀକ୍ଷଣ କରାଯାଇ, ଉକ୍ତ ସେଣ୍ଟର ଜରିଆରେ କମାଣ୍ଡ ପ୍ରଦାନ କରାଯିବ ବୋଲି ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି। ଏଥି ସହିତ ଆଗକୁ ଲୋକଙ୍କ ଜନଅଭିଯୋଗକୁ ଡିଜିଟାଲାଇଜ କରି ଉକ୍ତ ଇଣ୍ଟିଗ୍ରେଟେଡ଼ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଟର ଜରିଆରେ ଅନୁଧ୍ୟାନ କରି ୨୪ଘଣ୍ଟା ମଧ୍ୟରେ ଏହାର ସମାଧାନ କରିବାକୁ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ନଗରପାଳ ଶ୍ରୀ ମହାନ୍ତି କହିଛନ୍ତି।

ଆଗକୁ ସ୍ୱଚ୍ଛତା ଗାଡି ଗୁଡ଼ିକରେ ଜିପିଏସ ଲଗାଇ ସିସିଟିଭି ଜରିଆରେ କାର୍ଯ୍ୟର ଅନୁଧ୍ୟାନ କରାଯିବ। ପ୍ରତି ଘରକୁ ଘର ଯାଇ ସ୍ୱଚ୍ଛତା କାର୍ଯ୍ୟକୁ କିପରି ତ୍ୱରାନ୍ୱିତ କରାଯିବ। ଠିକ ଭାବେ କାର୍ଯ୍ୟ ନକରିଲେ ସେ ବାବଦରେ ସେଣ୍ଟର ଜରିଆରେ ଜାଣିପାରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଡାଇମେନସନ ଡିଜିଟାଲ କଣ୍ଟ୍ରୋଲ ପ୍ରାଇଭେଟ ଲିମିଟେଡ଼ ସଂସ୍ଥାର ସୁଦେଶ ରଞ୍ଜନ ରାୟ କହିଛନ୍ତି। ଏହା ଜରିଆରେ ଆଗକୁ ଜନଅଭିଯୋଗ ଗୁଡ଼ିକ ମେଲରେ ନେବା ସହ ଏହାର ସମାଧାନ ହେଲେ ମେସେଜ ଜରିଆରେ ଅଭିଯୋଗକାରୀକୁ ସୂଚନା ପ୍ରଦାନ କରାଯିବ। ଆଗକୁ ସିସିଟିଭି ସଂଖ୍ୟା ୧୦୦୦କୁ ବୃଦ୍ଧି କରାଯିବା ସହ ଆବଶ୍ୟକ ସ୍ଥଳେ ପୁଲିସ ଓ ଅନ୍ୟ ବିଭାଗକୁ ମଧ୍ୟ ସହାୟକ ହୋଇପାରିବ।

Leave A Reply

Your email address will not be published.