ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଆସନ୍ତାକାଲି ଠାରୁ ଆରମ୍ଭ ହେବ । ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ରାମଚରିତ ମାନସ ପାଠ ଯୋଗୁଁ ସମଗ୍ର ପାହାଡ଼ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ।
ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେବ ବିଭିନ୍ନ ମନ୍ତ୍ରଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳିବ ଅଖଣ୍ଡ ଯଜ୍ଞ। ଦିନରେ ମନ୍ତ୍ରଧ୍ବନି, ସଂଜ ନଇଁଲେ ଜମିବ ଭଜନ କୀର୍ତ୍ତନ। ଆସନ୍ତା ୯ ଦିନ ପାଇଁ ମହାତୀର୍ଥରେ ପରିଣତ ହେବ ଖଣ୍ଡଗିରି। ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ବନଭୂମି ଖଣ୍ଡଗିରିରେ। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ରାମଚରିତ ମାନସ ପାଠ ଯୋଗୁଁ ସମଗ୍ର ପାହାଡ଼ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ। ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେବ ବିଭିନ୍ନ ମନ୍ତ୍ରଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳିବ ଅଖଣ୍ଡ ଯଜ୍ଞ। ଦିନରେ ମନ୍ତ୍ରଧ୍ବନି, ସଂଜ ନଇଁଲେ ଜମିବ ଭଜନ କୀର୍ତ୍ତନ। ଆସନ୍ତା ୯ ଦିନ ପାଇଁ ମହାତୀର୍ଥରେ ପରିଣତ ହେବ ଖଣ୍ଡଗିରି।
ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ବନଭୂମି ଖଣ୍ଡଗିରିରେ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଳାରେ ହଜାର ହଜାର ଲୋକଙ୍କ ଭିଡ଼ ଜମିବ। ମେଳା ସମୟରେ ଟ୍ରାଫିକ୍ ସମସ୍ୟାଠାରୁ ଆରମ୍ଭ କରି ଚୋରି, ଅପରାଧ ଆଦି ସବୁଦିଗକୁ କମିସନରେଟ୍ ପୁଲିସ ଗୁରୁତ୍ବର ସହ ନେଇଛି। ମେଳା ପାଇଁ ୮ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ୨ ପ୍ଲାଟୁନ୍ ପୁଲିସ କେବଳ ଟ୍ରାଫିକ୍ ନିୟନ୍ତ୍ରଣ କରିବେ। ସୁରକ୍ଷା ଦାୟିତ୍ବକୁ ଜଣେ ଏସିପି ପାହ୍ୟାର ଅଧିକାରୀଙ୍କୁ ଦିଆଯାଇଛି।