ସହିଦ ସନାତନ ପ୍ରଧାନଙ୍କ ସ୍ମୃତି ସଭା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରାପଡା ଜିଲ୍ଲା ଗରଦପୁରୁ ବ୍ଲକ ନଡିଆବରେଇ ପଞ୍ଚାୟତର ଓଉପଡା ଗ୍ରାମର ସନାତନ ପ୍ରଧାନ ଦୀର୍ଘ ବର୍ଷ ହେଲା କେନ୍ଦ୍ରିୟ ରିଜର୍ଭ ଫୋର୍ସ ପୋଲିସରେ କାର୍ଯ୍ୟ କରିଆସୁଥିଲେ। ସହୀଦ ସମୟରେ ମଣିପୁର ସ୍ଥିତ ସି ଆର ପି ଏଫ କାର୍ଯ୍ୟାଳୟରେ ଡିୟୁଟି ସମୟ ଟଳିପଡୀ ସହିଦ ହୋଇଥିଲେ।

ସହିଦ ସନାତନ ଙ୍କ ମରଶରୀରକୁ ବିମାନ ଯୋଗେ ପ୍ରଥମେ ଭୁବନେଶ୍ୱର।ପରେ ଭୁବନେଶ୍ବର ରୁ ସ୍ବତନ୍ତ୍ର ଡିପାର୍ଟମେଣ୍ଟ ଗାଡି ଯୋଗେ ନିଜର ପୈତୃକ ବାସଭବନ ଓଉପଡା ରେ ପହଞ୍ଚି ଥିଲେ ୨୦ ଜଣ ଯବାନ ।ନଡ଼ିଆ ବରାଇ ପଞ୍ଚାୟତର ସମସ୍ତ ଗାଁରେ ଶୋଭାଯାତ୍ରାରେ ମରଶରିରକୁ ବୁଲାଇ ନିଜ ଗାଁ ଶ୍ମଶାନ ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଡ ଅଫ ଅନର ଦିଆଯାଇ ଶେଷ କୃତ୍ୟ କରାଯାଇଥିଲା।ସନାତନଙ୍କର ଏକ ମାତ୍ର ପୁଅ ଆଶୁତୋଷ ପ୍ରଧାନ ମୁଖାଗ୍ନି ଦେଇଥିଲେ।ସନାତନଙ୍କର ତିନି ଝିଅ ପୁଜାଶ୍ରୀ,ଲିଜାଶ୍ରୀ,ରାଜଶ୍ରୀ ଅଛନ୍ତି। ସିଆରପିଏଫ ମେଜର ସନାତନ ପ୍ରଧାନ ଙ୍କର ଏକାଦଶାହ ସ୍ମୃତି ସଭା ଆଜି ଅନୁଷ୍ଠିତ ହୋଇଛି।

ସ୍ମୃତିସଭାରେ ଯୋଗଦେଲେ ମଧୁମିତା ଅଗ୍ରୱାଲା, ବିଜେଡି ରାଜ୍ଯ ସାଧାରଣ ସମ୍ପାଦକ ରବି ସାମଲ , ନଡିଆବରେଇ ପଂଚାୟତ ସରପଂଚ ସନ୍ତୋଷ ମାହାଳୀ, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ଯ ସନ୍ତୋଷ ସାହୁ, ସ୍ମୃତିଚାରଣ ସଭାର ସଭାପତି ଶ୍ରୀକାନ୍ତ ନାୟକ,କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ନରେଶ ଚନ୍ଦ୍ର ମହାନ୍ତି , କେଦାର ସାମନ୍ତରାୟ, ପିନାକୀ ସାମନ୍ତରାୟ,ଓ ଅମୀୟ ପରିଜା ପ୍ରମୁଖ ଯୋଗଦେଇ ସହୀଦ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ ଏବଂ ଶୋକାକୁଳ ପରିବାର ମାନଙ୍କୁ ଶାନ୍ତ୍ବନା ଦେଇଥିଲେ। ସହିତ ସନାତନ ପ୍ରଧାନଙ୍କ ର ଏକ ଷ୍ଟାଚୁ ବା ପ୍ରତିମୂର୍ତ୍ତି କରାଯିବା ପାଇଁ ସଭାରେ ନିଷ୍ପତ୍ତି ନିଆଗଲା।

Leave A Reply

Your email address will not be published.