କୋରାପୁଟ ଜିଲ୍ଲାର ଲୋକାର୍ପିତ ହେଲା ସେମିଳିଗୁଡା ବସଷ୍ଟାଣ୍ଡ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ନିର୍ମାଣଧିନ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ବସଷ୍ଟାଣ୍ଡରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି |

ଦୁଇଟି ଟିକଟ କାଉଣ୍ଟର, ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ଵତନ୍ତ୍ର ଶୌଚାଳୟ ଭଳି ବିଭିନ୍ନ ସୁବିଧା ରହିଥିବା ସହ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବସ ସହ ଲକ୍ଷ୍ମୀ ଯୋଜନାରେ ଚାଲୁଥିବା ବସ ମଧ୍ୟ ଏଠାରେ ସେବା ଯୋଗାଇବା ନେଇ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି। କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ଯୋଗଦେଇ ନୂତନ ବସଷ୍ଟାଣ୍ଡ ଲୋକାର୍ପଣ କରିଛନ୍ତି  |

ପରେ ସେମିଳିଗୁଡା ସହରର ଟ୍ରାଫିକ ସମସ୍ୟା ଦୁର ହେବା ସହ ସହର ବାସିନ୍ଦାଙ୍କ ଦୀର୍ଘଦିନର ଦାବି ପୁରଣ ହୋଇଥିବା କୋରାପୁଟ ବିଧାୟକ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପଟାଙ୍ଗି ବିଧାୟକ ପୀତମ ପାଢ଼ୀ, ସୁନାବେଡ଼ା ପୌର ଅଧ୍ୟକ୍ଷଙ୍କ ସହ ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ସମସ୍ତ ନେତା ଓ ନେତ୍ରୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.