ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶଶ ପଞ୍ଚାୟତରେ ନୂଆ ଓଡିଶାର ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ | ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ୍ ଶଶ ପଞ୍ଚାୟତ ର ଶଶ ୟୁ ପି ସ୍କୁଲ ପଡିଆ ଠାରେ ନୂଆ ଓଡିଶା କାର୍ଯ୍ୟକ୍ରମର ପଞ୍ଚାୟତସ୍ତରୀୟ ସଚେତନତା ଶିବିର ସଭାପତି ପଞ୍ଚାୟତ ସରପଞ୍ଚ ସ୍ଥଳପଦ୍ମ ହାଁସଦାଃଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |
ଏଥିରେ ସମ୍ମାନିତ ଅତିଥି ଭାବେ ନୋଡାଲ ଅଫିସର ସିଦ୍ଧାର୍ଥ ପାଲ, ବିପିଏମ୍ ସରୋଜ କୁମାର ମଲ୍ଲିକ, ଉପାଧ୍ୟକ୍ଷ ହିରନ ବସା, ୨୬ ନଂ ଜିଲ୍ଲା ପରିଷଦ ସଭ୍ୟା ସୂର୍ଯ୍ୟମଣି ହାଁସଦାଃ, ପୂର୍ବତନ ବିଧାୟକ ସାଇବା ଶୁଶୀଲ କୁମାର ହାଁସଦାଃ, ପିଇଓ ଦସୁମତୀ ପୂର୍ତ୍ତୀ ଓ ବି ଏଲ ଏଫ୍ ଲିଡର ରସ୍ମିତା ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ | ସଭା ପ୍ରାରମ୍ଭ ପୂର୍ବରୁ ଦାସକାଠିଆ ଦଳ ଆମ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କଲା ପରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ଏହାପରେ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜଳନ କରିଥିଲେ | ତଦ ପରେ ଅତିଥିଗଣ ନବୀନ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ |
ଏଠାରେ ଥିବା ଷ୍ଟଲ ମାଧ୍ୟମରେ ଲୋକେ ସେମାନଙ୍କର ସମସ୍ୟାଗୁଡିକୁ ଜଣାଇବା ସହିତ ତାର ଆଶୁ ସମାଧାନ ପାଇପାରିବେ ବୋଲି ସୂଚନା ଦେଇଥିଲେ | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଓଡିଶାର ପ୍ରତି ପଞ୍ଚାୟତର ଉନ୍ନତିର ପୁସ୍ତିକା ଉନ୍ମୋଚିତ ହେବା ପରେ ଏଲ୍ ସି ଡି ଭିଡିଓ ମାଧ୍ୟମରେ ଏହାର ଛବିକୁ ପ୍ରଦର୍ଶିତ କରାଯାଇଥିଲା | ଏହି ସଭାକୁ ବିପିଏମ୍ ସରୋଜ କୁମାର ମଲ୍ଲିକ ପରିଚାଳନା କରିଥିଲା ବେଳେ ନୋଡାଲ ଅଫିସର ସିଦ୍ଧାର୍ଥ ପାଲ ଧନ୍ୟବାଦ ଅର୍ପଣ କରିଥିଲେ |