ବନବିଭାଗ ପକ୍ଷରୁ ଶିମିଳିପାଳ ସୁରକ୍ଷାକୁ ନେଇ ନୂଆଗାଁ ଠାରେ ସଚେତନତା ଗ୍ରାମସଭା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବନବିଭାଗ ପକ୍ଷରୁ ଶିମିଳିପାଳ ସୁରକ୍ଷାକୁ ନେଇ ନୂଆଗାଁ ଠାରେ ସଚେତନତା ଗ୍ରାମସଭା ଅନୁଷ୍ଠିତ, ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଚେତନତା ନାଟକ ପରିବେଷଣ | ବାରିପଦା ନିର୍ବାଚନ ମଣ୍ଡଳୀ ତଥା ଖୁଣ୍ଟା ବ୍ଲକର ଉଦଳା ରେଞ୍ଜର ଡେଙ୍ଗାମ ଫରେଷ୍ଟ ବିଟ ଅଧିନ ନୁଆଗାଁ ଠାରେ ବନବିଭାଗ ପକ୍ଷରୁ ଶିମିଳିପାଳ ସୁରକ୍ଷା ସଂମ୍ପର୍କୀତ ସଚେତନତା ଗ୍ରାମସଭା ଡେଙ୍ଗାମ ଫରେଷ୍ଟର ବିଦ୍ୟାଧର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଗୁରୁବାର ସକାଳ ୧୧ ଟା ରୁ ଦିନ ଗୋଟାଏ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଅନ୍ୟମାନଙ୍କ ମଧ୍ୟର ରେଞ୍ଜର ଜଗଦିଶ ଦାସ, ଖୁଣ୍ଟା ଫରେଷ୍ଟର ଅର୍ପୀତା ଦେବାଙ୍ଗନା, ଭୋଳାଗଡ଼ିଆ ସରପଞ୍ଚ ନନ୍ଦକିଶୋର ହାଁସଦା ଓ ସମିତି ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଅଭୟାରଣ୍ୟକୁ ସୁରକ୍ଷା ଦେବା ହିଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଅତିଥିଗଣ ଉପସ୍ଥିତ ଜନସାଧାରଣଙ୍କୁ ସୁଚ଼ାଇ ଥିଲେ ଏବଂ ବନ୍ୟଜନ୍ତୁଙ୍କ ବେଆଇନ ଶିକାର, ଶିକାର ପାଇଁ ଥିବା ମାରଣାସ୍ତ୍ର, ଫାସ ଜାଲ ଓ ବିସ୍ଫୋରକ ସାମଗ୍ରୀ ଗୁଡିକୁ ସମର୍ପଣ କରିବା, ଜଙ୍ଗଲରେ ନିଆଁ ଲଗାଇବାରୁ ନିବୃତ ରହିବା, ବନ୍ୟଜନ୍ତ ଚମଡ଼ା ଓ ମାଂସ ଇତ୍ୟାଦିର ବ୍ୟବସାୟ ନକରିବା, ସର୍ବପରି ଅଭୟାରଣ୍ୟ ତଥା ବାଘ୍ର ସଂରକ୍ଷଣ କ୍ଷେତ୍ର ଜଙ୍ଗଲରେ ବୃକ୍ଷଲତା ନଷ୍ଠ ନକରିବା ସହ ଜିଲ୍ଲାବାସୀଙ୍କ ଜୀବନ ଭାବେ ପରିଚିତ ଥିବା ଅଭୟାରଣ୍ୟ ମଧ୍ୟରୁ ପ୍ରବାହିତ ହେଉଥିବା ୯ ଗୋଟି ଚିରସ୍ରୋତା ନଦୀକୁ ସୁରକ୍ଷା ଦେବା ପାଇଁ ଅତିଥିଗଣ ଗ୍ରାମବାସୀ ମାନଙ୍କୁ ସଚେତନ କରାଇଥିଲେ ।

ଏହି ପରିପେକ୍ଷୀରେ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ “ନିଆଁ ‘ ଶିର୍ଷକ ଏକ କ୍ଷ୍ୟୁଦ୍ର ସଚେତନତା ନାଟକ ପରିବେଷଣ କରାଯିବା ସହ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଶ୍ଳୋଗାନ ଓ ଫ୍ଲାଗକାର୍ଡ ମାନ ପ୍ରଦର୍ଶନ କରି ଗ୍ରାମକୁ ଗ୍ରାମ ବୁଲି ଗ୍ରାମବାସୀ ମାନଙ୍କୁ ଶିମିଳିପାଳର ସୁରକ୍ଷା ପାଇଁ ସଚେତନ କରାଇଥିଲେ।

Leave A Reply

Your email address will not be published.