ଜମି ମାମଲାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡି ସମନ କରିଛି। ଜମିଜମା ଡକ୍ୟୁମେଣ୍ଟ ସହ ହାଜର ହେବାକୁ ଇଡି କହିଛି। କାଗଜପତ୍ର ସହ ହାଜର ହେବାକୁ କୁହାଯାଇଛି। ଗତ ୧୫ ତାରିଖରେ ପ୍ରଫୁଲ୍ଲଙ୍କ ଘରେ ଇଡି ରେଡ୍ କରିଥିଲା । ଶୁକ୍ରବାର ତାଙ୍କ ଘରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା।

ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲା । ଗୁରୁବାର ଦିନ ପ୍ରଫୁଲ୍ଲଙ୍କ ଘରେ ଆରମ୍ଭ ହୋଇଥିବା ଚଢ଼ଉ ବିଳମ୍ବିତ ରାତି ଯାଏଁ ଚାଲିଥିଲା । ତେବେ ଏହି ସମୟରେ ତାଙ୍କ ଘରୁ ୧୦ ଲକ୍ଷ ଟଙ୍କା, ଦାମୀ କାର୍‌ ଓ ବହୁ କାଗଜ ପତ୍ର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଜବତ ଗାଡି ନୟାପଲ୍ଳୀର ବିଲ୍ଡର ବୁବୁ ଧୀରଙ୍କ କମ୍ପାନୀ ନାଁରେ ରହିଛି । ଇଡି ବିଧାୟକଙ୍କ ଭଦ୍ରକ ନୂଆବଜାର ସ୍ଥିତ ଘର, ଭୁବନେଶ୍ୱର ସରକାରୀ କ୍ୱାର୍ଟର୍ସ, ସହଯୋଗୀଙ୍କ ଘରକୁ ମିଶାଇ ୧୦ଟି ଜାଗାରେ ଚଢ଼ଉ କରିଥିଲା ।

ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫଚ୍ୟୁନର କାର୍‌ (ଓଡି୦୨ସିଏଲ୍‌୨୧୧୧) ଜବତ ହୋଇଥିଲା । ବିଲ୍ଡର ସଂସ୍ଥା ‘ତ୍ରିଷ୍ଣା ସ୍କାଏସ୍କ୍ରାପର ଲିମିଟେଡ୍‌’ ନାଁରେ ଏହି ଗାଡି ରହିଛି । ଉକ୍ତ ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିଲେ । ଖୋଳତାଡ଼ କରୁ କରୁ ଘଟଣା ପଦାକୁ ଆସିଛି ଯେ, ବରପଦା ଇଞ୍ଜିନିୟରିଂ କଲେଜ ନାଁରେ କିଣାଯାଇଥିବା ଜମିକୁ ଏହି ସଂସ୍ଥାକୁ ଦିଆଯାଇଥିଲା। କଲେଜ ଦୁର୍ନୀତି ମାମଲାରେ ତ୍ରିଷ୍ଣା ସ୍କାଏ ସ୍କ୍ରାପର ନାଁ ଉଠୁଥିବାରୁ ଇଡି ଟିମ୍‌ ଉକ୍ତ ବିଲଡର ସଂସ୍ଥାର ନିର୍ଦ୍ଦେଶକଙ୍କ ଘରେ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ସେଠାରୁ କିଛି ଜମି କିଣାବିକା କାଗଜପତ୍ର ଜବତ ହୋଇଛି। ଜବତ କାଗଜପତ୍ରରୁ ଜଣାପଡ଼ିଥିଲା ଯେ କଲେଜ ନାଁରେ ଭୁବନେଶ୍ୱରର କଣ୍ଟାବାଡ ଅଞ୍ଚଳରେ ୩୨ ଏକର ଜାଗା କିଣା ଯାଇଥିଲା। ପରବର୍ତ୍ତୀ ସମୟରେ ସେହି ଜମିକୁ ଉକ୍ତ ବିଲଡର ସଂସ୍ଥା ହାତକୁ ଟେକି ଦିଆଯାଇଥିଲା। ତେବେ ଏହି ହସ୍ତାନ୍ତର ପ୍ରକ୍ରିୟା ଆଇନଗତ ଭାବେ ହୋଇଛି ନା ନାହିଁ ତାହାର ଖୋଳତାଡ଼ କରୁଛି ଇଡି।

 

Leave A Reply

Your email address will not be published.