ଜମ୍ମୁ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଗସ୍ତ କରିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୩୦ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ନେଇ ସୂଚନା ରହିଛି । ଏହି ପରିଯୋଜନାରେ ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ବିମାନ ଚଳାଚଳ, ପେଟ୍ରୋଲିୟମ ଭଳି କ୍ଷେତ୍ର ସାମିଲ ରହିଛି ।

ସେଠାରେ ଦିନ 11ଟା 30 ସୁଦ୍ଧା ମୌଲାନା ଆଜାଦ ଷ୍ଟାଡିମୟରେ ଆୟୋଜିତ ଏକ ଜନସମ୍ବୋଧନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ 32ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ପ୍ରକଳ୍ପ ଗୁଡ଼ିକ ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ, ପେଟ୍ରୋଲିୟମ ଭଳି ଲୋକମାନଙ୍କ ବିକାଶ ସହ ସମ୍ବନ୍ଧିତ ପ୍ରକଳ୍ପ ଅଟେ । ଏହି କାର୍ଯ୍ୟକ୍ରମ ସମୟରେ ମୋଦି ଜମ୍ମୁ- କାଶ୍ମୀରେ ପାଖାପଖି 1500 ନବନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ । ଏଥିସହ ‘ବିକଶିତ ଭାରତ ବିକଶିତ ଜମ୍ମୁ’ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଥିବା ବିଭିନ୍ନ ହିତାଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଏହି ସମୟରେ ଭର୍ଚୁଆଲ ମାଧ୍ୟମରେ ଦେଶରେ 3ଟି ନୂତନ IIMର ଉଦଘାଟନ କରିବେ । ସେଗୁଡିକ ହେଲା ଆଇଆଇଏମ ଜମ୍ମୁ, ଆଇଆଇଏମ ବୋଧଗୟା ଓ ଆଇଆଇଏମ ବିଶାଖାପାଟଣା । ଆଉ ମଧ୍ୟ ଦେଶରେ 20ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଓ 13ଟି ନୂତନ ନବୋଦୟ ବିଦ୍ୟାଳୟର ମଧ୍ୟ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି ।

 

Leave A Reply

Your email address will not be published.