ଶିଳ୍ପ କରିଡ଼ର ନିର୍ମାଣକୁ ବିରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଳକ ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନାଙ୍କ ନେତୃତ୍ବରେ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ସମୁଦ୍ର ଉପକୂଳ ଦକ୍ଷିଣ ବାଲିଆପାଳ ରେ ପ୍ରସ୍ତାବିତ ବନ୍ଦର ଓ ପେଟ୍ରୋକେମିକାଲ ପ୍ଲାଣ୍ଟ ସହିତ ହସ୍କରାରୁ ଚଉମୁଖ ଯାଏ ୧୨୦୦ ମିଟର ରୁ ୧୫୦୦ ମିଟର ଚଉଡାରେ ବନ୍ଦର ଭିତ୍ତିକ ଶିଳ୍ପ କରିଡ଼ର ନିର୍ମାଣକୁ ବିରୋଧ କରି ସୋମବାର ବାଲିଆପାଳ ତହସିଲ ଘେରାଉ କରଯାଇଥିଲା।

ସମୁଦ୍ର ଉପକୂଳ ଦକ୍ଷିଣ ବାଲିଆପାଳର ୬ପଞ୍ଚାୟତର ଶହ ଶହ ମହିଳା ପୁରୁଷ ଖଗଡ଼ାପାଳ ଶିବ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଜଗନ୍ନାଥ ମନ୍ଦିର,ସିମୁଳିଆ ମାର୍କେଟ, ବ୍ଲକ ଛକ, ପାରୁଳିଆ ଛକ, ଜାମକୁଣ୍ଡା ଛକ ଦେଇ ବାଲିଆପାଳ ପୁରୁଣା ବସ ଷ୍ଟାଣ୍ଡ ରେ ପହଞ୍ଚି ଥିଲା। ସମସ୍ତ ମହିଳା ପୁରୁଷ ଜୀବନର ଶେଷ ନିଶ୍ବାସ ଥିବା ପର୍ୟ୍ୟନ୍ତ ଭିଟାମାଟି ଛାଡ଼ିବେ ନାହିଁ ବୋଲି ଶପଥ ନେଇଥିଲେ।

ସଭା ଶେଷରେ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଏବଂ ପ୍ରଧାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି କୃଷିଭିତ୍ତିକ ଶିଳ୍ପର ବ୍ୟାପକ ପ୍ରସାର, ଚିନିକଳ, ଝୋଟକଳ,ତେଲ କଳ, କାଜୁ ପ୍ରସେଶିଂ ପ୍ଲାଣ୍ଟ , ନଡିଆକତା ଶିଳ୍ପ , ସରକାରୀ ଶୀତଳ ଭଣ୍ଡାର ନିର୍ମାଣ,ଝରିଆ ପେପର ମିଲ, ଶ୍ରୀ ଗୋପୀନାଥ ସ୍ପିନୀଙ୍ଗ ମିଲ କୁ ପୁନର ଉଦ୍ଧାର କରିବା ସହିତ ୧୧ ଦଫାର ଏକ ଦାବିପତ୍ର ବାଲିଆପାଳ ଅତିରିକ୍ତ ତହସିଲଦାର ସୁବ୍ରତ କୁମାର ପାତ୍ରଙ୍କୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.