ଶଙ୍କରେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶଙ୍କରେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା | ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ଅନ୍ତର୍ଗତ ପଦନପୁର (ଶଙ୍କରପୁର )ଗ୍ରାମରେ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗ୍ରାମବାସୀ ଓ ଶିବ ଭକ୍ତ ମାନଙ୍କ ସହଯୋଗରେ ଏକ ଦିବ୍ୟ ଭବ୍ୟ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୭ ତାରିଖ ଶନିବାର ଠାରୁ ଅନୁଷ୍ଠିତ ହେଉଅଛି |

ଏହି ଉପଲକ୍ଷେ ପ୍ରଥମ ଦିନ ବ୍ରାହ୍ମଣ ସୁବାସ କୁମାର ନନ୍ଦ, ହରିହର ନନ୍ଦ, ଅଲେଖ କୁମାର ପଣ୍ଡା ଙ୍କ ସହିତ ଓଡିଶା ର ସୁନାମ ଧନ୍ୟ ପଣ୍ଡିତ ପ୍ରଶାନ୍ତ କୁମାର ଦେବ ଶର୍ମା ଙ୍କ ଦ୍ୱାରା ଶାଳ ପ୍ରତିଷ୍ଠା, ମଣ୍ଡଳକରଣ, ଧାନ୍ୟାଧିବାସ, ଓ ଅଙ୍କୁରାରୋପଣ କାର୍ଯ୍ୟ ସମାପନ ହୋଇଥିଲା ଦ୍ୱିତୀୟ ଦିନ ସକାଳ ୭ ଘଟିକା ରେ ଗ୍ରାମର ମହିଳା ଓ ପୁରୁଷ ଏକତ୍ରିତ ହୋଇ ପୁଣ୍ୟ ବୈତରଣୀ ନଦୀରୁ ଜଳ କଳସ ଯାତ୍ରାରେ ସାମିଲ ହୋଇଥିଲେ |

ପରେ ବ୍ରାହ୍ମଣ ରଶ୍ମିରଞ୍ଜନ ଦାଶ, ଯୁଧିଷ୍ଠିର ମିଶ୍ର, ସଞ୍ଜୟ କୁମାର ପଣ୍ଡା, ସୁଶାନ୍ତ କୁମାର ଦାଶ, ଓ ସୁଧୀର କୁମାର ମିଶ୍ର ଙ୍କ ଦ୍ୱାରା କଳସାଧିବାସ, ସୂର୍ଯ୍ୟ ପୂଜା, ଗୋ ପୂଜା, ଧରିତ୍ରୀ ପୂଜା, ଅଗ୍ନି ସ୍ଥାପନ, ଦେବତା ଙ୍କର ମହାସ୍ନାନ, ଓ ମନ୍ଦିର ସ୍ନାନ ଅନୁଷ୍ଠିତ ହୋଇଥିଲା | ଗ୍ରାମର ମୂଖ୍ୟ କର୍ତ୍ତା ଭାବେ ଗୋବର୍ଦ୍ଧନ ସା ଓ ମାଳତୀ ସା ସଂକଳ୍ପ ରେ ବସିଥିଲେ | ଏହି ମନ୍ଦିର ପ୍ରତିଷ୍ଠା ଯଜ୍ଞ ଉତ୍ସବ ୨୦ ତାରିଖ ମଙ୍ଗଳବାର ଶେଷ ହେବ | ସମସ୍ତ କାର୍ଯ୍ୟକ୍ରମ କୁ ଶଙ୍କରପୁର ଗ୍ରାମବାସୀ ଓ ଯଜ୍ଞ ଅନୁଷ୍ଠାନ ର କର୍ମକର୍ତ୍ତା ପରିଚାଳନା କରୁଅଛନ୍ତି |

Leave A Reply

Your email address will not be published.