ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୬ ଦଫା ଦାବିରେ ଧାରଣା ଦେଲେ ତହସିଲ କର୍ମଚାରୀ । କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲର କର୍ମଚାରୀମାନେ ୬ ଦଫା ଦାବିକୁ ଆଧାର କରି ସୋମବାର ଧାରଣାକୁ ଓହ୍ଲାଇଛନ୍ତି। ଘସିପୁରା ତହସିଲର ସମସ୍ତ ଆରଆଇ ଗତକାଲି ଠାରୁ ଧାରଣାକୁ ଓହ୍ଲାଇଛନ୍ତି ।
ଓଡିଆରଏସ ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ, ସହକାରୀ ରାଜସ୍ବ ନିରୀକ୍ଷଙ୍କର ବେତନ ସଂରଚନାରେ ପରବର୍ତ୍ତୀ ସ୍ତର ଯଥା ଓଆରଏସପିର ସ୍ତର ୮ (ସେଲ୍-୧) ଏବଂ ୯୦ ପ୍ରତିଶତ ରାଜସ୍ବ ନିରୀକ୍ଷଙ୍କ ପଦବି ପଦନ୍ବତି ପଦବି ଭାବେ ସ୍ଥିର କରାଯିବା ।୧.୧.୨୦୦୬ ରୁ ଆରଆଇ, ଏଆରଆଇ ଓ ଆରଏସର ବେତନ ବନ୍ଧିତ ସ୍କେଲ୍ରେ ଧାର୍ଯ୍ୟ କରାଯିବା, ଆଉଟସୋସିଂ ମାଧ୍ୟମରେ ରାଜସ୍ୱ ନିରୀକ୍ଷକ ମଣ୍ଡଳ ପାଇଁ ଗ୍ରୁପ-ଡି ପଦବି ପୂରଣ କରିବା, କାର୍ଯ୍ୟସୂଚୀରେ ଆବଶ୍ୟକ ପରିବର୍ତ୍ତନ ପରେ କୃଷି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଯେପରିକି କୃଷକ ତଥ୍ୟ ଯଞ୍ଚ, ସିସିଇ ଇତ୍ୟାଦି କୃଷି ବିଭାଗକୁ ସ୍ଥାନାନ୍ତର କରାଯିବା, ସପ୍ତମ ବେତନ ସ୍କେଲର ସ୍ତର-୯ର ଆନୁମାନିକତା ଓଆରଏସର ପଦବିକୁ ପଦନ୍ଧତି ପାଇଁ ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ସ୍ଥିର କରିବା ଭଳି ଅନ୍ୟ ପ୍ରମୁଖ ଦାବିକୁ ନେଇ ଏହି ଧାରଣା ଆରମ୍ଭ ହୋଇଛି।