ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠାରୁ ଯୋରନ୍ଦା ମେଳା ଆରମ୍ଭ । ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦି ପୀଠ। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ପୋଲିସ ଅଧିକାରୀମାନେ ମଧ୍ୟ ମେଳାରେ ସାମିଲ ହେବେ । ସେପଟେ ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଆଦି ପ୍ରସ୍ତୁତି ସରିଛି ।
ଆଜି ସନ୍ଧ୍ୟା ୫ଟା ୫ ମିନିଟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦ୍ୱୀପ ପ୍ରଜ୍ୱଳନ କରାଯିବ । ବିଶ୍ୱର ଭକ୍ତଙ୍କ ମଙ୍ଗଳ କାମନା କରି ମହିମା ସନ୍ୟାସୀମାନେ ଝାଡଦୀପ ପ୍ରଜ୍ୱଳନ କରିବେ । ୨ ଦିନ ଧରି ଜଳିବ ଏହି ଝାଡଦୀପ। ଆସନ୍ତା ୨୪ ତାରିଖରେ ଏହି ମେଳା ଉଦ୍ଯାପନ ହେବ । ଯୋରନ୍ଦା ମେଳା ପାଇଁ ଓଡ଼ିଶା ସମେତ ଛତିଶଗଡ଼, ଝାଡଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ୨୦ ହଜାରରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଚଳିତ ବର୍ଷ ଯୋରନ୍ଦା ମେଳାକୁ ୧୫୧ ବର୍ଷ ପୂରିଛି । ମହିମା ଧର୍ମର ରୀତିନୀତି ଅନୁସାରେ ଚଳିତ ବର୍ଷ ୧୫୧ ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯିବ ।
ମହିମା ପରମ୍ପରା ମୁତାବକ ବ୍ରାହ୍ମ ମୁହୂର୍ତ୍ତରୁ ମହିମା ସନ୍ୟାସୀ ମାନେ ନୀତିକାନ୍ତି ଆରମ୍ଭ କରିଦେଇଛନ୍ତି। ଏହି ପୀଠରେ ସାରା ଭାରତ ବର୍ଷର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ହେବ। ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମାହିମା ସାଧୁ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧ୍ୱନୀ ଜାଳିବେ ମହିମାସାଧୁ । ଏହି ଅବସରରେ ସନ୍ଧ୍ୟା ପରେ ମୁଖ୍ୟ ଗାଦୀ ମନ୍ଦିର ଚାରିଦ୍ୱାରରେ ସାରାବିଶ୍ୱର କଲ୍ୟାଣ ନିମନ୍ତେ ବିଶାଳକାୟ ଝ।ଡବତୀ ଜାଳିବେ ।