ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସର୍ବ ସମ୍ମୁଖରେ ଦିବାଲୋକ ରେ ମରଣାସ୍ତ୍ର ଧରି ଘର ପୋଡିଲେ ମହିଳା | କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅଂଚଳ ରାଜଗଡ଼ ଗାଁ ର ମହିଳା ଦୁଲେଇ ଦାସ ମରଣାସ୍ତ୍ର ଧରି ପଡୋଶୀ ଶ୍ରୀକାନ୍ତ ଦାସ ଙ୍କ ପରିବାର କୁ ଧମକ ଦେବା ସହିତ ଚାଳ ଛପର ଘର ପୋଡି ଦେଇଥିବାର ଜଣା ପଡିଛି |
ପୂର୍ବର ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ଗୁରୁବାର ପୂର୍ବାହ୍ନ ରେ ମହିଳା ଜଣକ ଗୋଟିଏ ହାତରେ କଟୁରୀ ଧରି ଅନ୍ୟ ହାତରେ ଦିଆସିଲ ଧରି ଛପର ଘର ନିକଟକୁ ଆସିଥିଲେ | ନଡା ଛପର ରେ ଏକାଧିକ ବାର ଦିଆସିଲ ମାରି କାଠି ଗେଂଜିବା ପରେ ଶେଷକୁ ବାହାରୁ ଜଳୁଥିବା ନଡା ଆଣି ଚାଳରେ ନିଆଁ ଚେଙ୍କି ଥିଲେ | ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ |
ସଭିଙ୍କ ଉପସ୍ଥିତି ରେ ଗୁହାଳ ଓ ରୋଷେଇ ଘର ପୋଡିଯିବାରୁ ଶ୍ରୀକାନ୍ତଙ୍କ ପତ୍ନୀ ଜ୍ୟୋସ୍ନାମୟୀ ଦାସ ମଶାକାଳପଡ଼ା ଥାନା ରେ ଦୁଲେଇ ଏବଂ ତାଙ୍କ ବୋହୁ ନାମେ ଅଭିଯୋଗ କରିଛନ୍ତି |ସେପଟେ ଖୋଦ ଦୁଲେଇ ମଧ୍ୟ ଥାନା ରେ ଆଗୁଆ ଅଭିଯୋଗ କରି ଥିବାର ଜଣାପଡିଛି | ମହିଳାଙ୍କ ର ଏଭଳି ଅମାନବୀୟ କାର୍ଯ୍ୟ କୁ ସ୍ଥାନୀୟ ଲୋକେ ଘୋର ନିନ୍ଦା କରୁଥିବା ବେଳେ ମହାକାଳପଡ଼ା ପୋଲିସ ତଦନ୍ତ ପରେ କି ପ୍ରକାର କାର୍ଯ୍ୟନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା |