ପୁଣି ବିଧାୟକ ହେବେ ବିଷ୍ଣୁ ବ୍ରତ; କହିଲେ ସମର୍ଥକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ବିଧାୟକ ହେବେ ବିଷ୍ଣୁ ବ୍ରତ, କହିଲେ ସମର୍ଥକ। ଆଗାମୀ ସାଧାରଣ ନିର୍ବାଚନ ମଣ୍ଡଳୀ ବୀଗୁଲ୍ ବାଜି ନାହିଁ କିନ୍ତ୍ ବାସୁଦେବପୁର ରେ ଆରମ୍ଭ ହେଲାଣି ନିର୍ବାଚନ ଚର୍ଚ୍ଚା । ଏହି କ୍ରମ ରେ ବାସୁଦେବପୁର ବିଜେଡ଼ି ର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ପୁଣି ଥରେ ବିଜେଡ଼ି ଟିକେଟ ନେଇ ଦଶ ହଜାର ରୁ ଉର୍ଦ୍ଧ୍ ଭୋଟ ରେ ବିଜୟୀ ହେବେ ବୋଲି ବିଜେଡ଼ି କର୍ମୀ ଓ ସମର୍ଥକ ମାନେ କହିଛନ୍ତି।

ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟଙ୍କ ପରେ ବାସୁଦେବପୁର ରେ ବିଜେଡ଼ି ର ମଙ୍ଗ ଧରି ଛନ୍ତି ଯୁବ ବିଧାୟକ ବିଷ୍ଣୁ ବ୍ରତ। ତିହିଡି ନ ପଞ୍ଚାୟତ ଓ ବାସୁଦେବପୁର ର ଛତିଶ ପଞ୍ଚାୟତ ପୌର ପରିଷଦ ର ତେଇସି ୱାର୍ଡ କୁ ନେଇ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିବା ବେଳେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ତାଙ୍କର ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି। ବାସୁଦେବପୁର ରେ ବିଜେଡ଼ି ସଂଗଠନ କୁ ମଜବୁତ୍ କରି ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୌର ଅଧ୍ୟକ୍ଷ, ସମସ୍ତ ଜିଲ୍ଲା ପରିଷଦ, ଙ୍କୁ ବିଜେଡ଼ି ଟିକେଟ ରେ ବିଜୟ କରାଇଛନ୍ତି।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକ ମାନଙ୍କ ଙ୍କ ପାଖରେ ପହଞ୍ଚାଇବା ସହ ସଫଳ ରୂପାୟନ ବାସୁଦେବପୁର ରେ ବିଧାୟକ ବିଷ୍ଣୁ ବ୍ରତ କରିପାରିଛନ୍ତି ବୋଲି ସମର୍ଥକ ମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗୁଡ଼ ବୁକ୍ ରେ ବିଷ୍ଣୁ ବ୍ରତ ରାଉତ ରାୟ ଅଛନ୍ତି ଓ ପୁଣି ଥରେ ବିଜେଡ଼ି ଟିକେଟ ନେଇ ଅଧିକ ରୁ ଅଧିକ ଭୋଟ ବ୍ୟବଧାନ ରେ ବିଜୟୀ ହେବେ ଓ ଷଷ୍ଠ ଥର ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ହେବେ ବୋଲି ବିଜେଡ଼ି ସମର୍ଥକ ଓ କର୍ମୀ କହୁଛନ୍ତି।

Leave A Reply

Your email address will not be published.