କରୋନାକୁ ନେଇ ଗୁଜବ

0

୦୬.୦୩.୨୦୨୦ ( ଓଡିଆ ନ୍‌ୁ୍ୟଜ୍ ବ୍ୟୁରୋ): କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଓଡିଶା ଉପକୁଳରେ ଦେଖିବାକୁ ମିଳିଛି ଗୁଜବ । ଏହି ପ୍ରାଣଘାତି ଭାଇରସ୍ କବଳରୁ ରକ୍ଷା ପାଇବା ପାଇଁ ସେସିଆଲ୍ ମିଡିଆରେ ନାନା ପ୍ରକାର ପୋଷ୍ଟ କରାଯାଉଛି । ତେବେ ଉପକୁଳବର୍ତୀ ଜିଲ୍ଲା ଗୁଡିକରେ ଏକ ଗୁଜବ ପ୍ରଚାରିତ ହୋଇଛି । ଶ୍ରୀ ମନ୍ଦିର ବଡପଣ୍ଡାଙ୍କୁ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶ ଦେଇଛନ୍ତି । ରାତି ୯ଟା ମଧ୍ୟ ରେ ୭ଟି ତୁଳସିପତ୍ର ଖାଇଦେଲେ କରୋନା ସଂକ୍ରମଣ ହେବନାହିଁ ବୋଲି ଗୁଜବ ଉଠିଛି । ଜଗତ୍‌ସିଂହପୁର, କଟକ, ପୁରି ପ୍ରଭୁତି ଜିଲ୍ଳାରେ ଏହି ଗୁଜବକୁ ବିଶ୍ୱାସକରି ରାତିରେ ତୁଳସିପତ୍ର ଖାଇଥିବା ଜଣାପଡିଛି । ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି କରୋନା ଭାଇରସ୍ ପ୍ରତି ସମସ୍ତେ ସତର୍କ ରହିବା , ୍ ଡାକ୍ତରଙ୍କ ପରାମର୍ଶକୁ ସମସ୍ତେ ମାନିବା ଏବଂ ସରକାରଙ୍କ ଆଡଭାଇଜରିକୁ ଅନୁସରଣ କରିବା ଉଚିତ ।

Leave A Reply

Your email address will not be published.