ମୟୁରଭଞ୍ଜ ଜିଲ୍ଲା ପୂର୍ବ ନୂତନ ଜିଲ୍ଲା ସଭାପତିଙ୍କ ସମ୍ବର୍ଦ୍ଧନା ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୁରଭଞ୍ଜ ଜିଲ୍ଲା ପୂର୍ବର ନୂତନ ଜିଲ୍ଲା ସଭାପତି ନିରୋଜ ଲୋଚନ ଦାଶଙ୍କ ସମ୍ବର୍ଦ୍ଧନା ସଭା ବାରିପଦାର ସ୍ବସ୍ତିକ ମଣ୍ଡପ ଠାରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ପର୍ଯ୍ୟାୟରେ ରେ ବାଲେଶ୍ବର ଗୋଲେଇ ଠାରୁ ଶତାଧିକ କଂଗ୍ରେସ କର୍ମୀ ଆଦିବାସୀ ପାରମ୍ପାରିକ ନୃତ୍ୟ ରେ ସ୍ବାଗତ କରି ସସ୍ତିକ ମଣ୍ଡପରେ ଅନୁଷ୍ଠିତ ସଭା ସ୍ଥଳ କୁ ପାଛୋଟି ନେଇଥିଲେ କଂଗ୍ରେସ କର୍ମୀ। ଜିଲ୍ଲା ର ସମସ୍ତ ବ୍ଲକ ରୁ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିବା ର ଦେଖିବାକୁ ମିଳିଥିଲା।

ପ୍ରଥମେ ମହିଳା କଂଗ୍ରେସ ତରଫରୁ ବନ୍ଦାପନା କରି ମଚଂ କୁ ପାଛୋଟି ନେଇଥିଲେ ଶ୍ରୀ ଦାଶ ଙ୍କ।ଜିଲ୍ଲା ମିଡିଆ ଓ କମ୍ପ୍ୟୁନିକେଶନ ର ଅଧ୍ୟକ୍ଷ ଅଂଶୁମାନ ଦାସ ସଭା ପରିଚାଳନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ଦାସ ସମସ୍ତ ନେତୃମଣ୍ଡଳୀ କୁ ମଚଂ କୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ସମସ୍ତ ବ୍ଲକ ରୁ ଆସିଥିବା ବ୍ଲକ ସଭାପତି କଂ ନେତୃତ୍ୱ ରେ କଂଗ୍ରେସ କର୍ମୀ ମାନେ ପୁଷ୍ପଗୋଛ ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ରାଜୀବଗାନ୍ଧୀ ପଞ୍ଚାଯତରାଜ ସଂଗଠନ, ସହିତ କଂଗ୍ରେସ ର ବିଭିନ୍ନ ସଂଗଠନ ତରଫରୁ ଫୁଲତୋଡା ଓ ଉତ୍ତରୀଯ ଦେଇ ସ୍ବାଗତ ଜଣାଇଥିଲେ। ଆଜି ର ସମ୍ବର୍ଦ୍ଧନା ସଭାରେ ବରିଷ୍ଠ କଂଗ୍ରେସ ନେତା ଦିପୁ ଦାସ ଓ ସୁଦିପ୍ ମନ୍ତ୍ରୀ ଆଠ ଫୁଟ ର ଏକ ପୁଷ୍ପ ବୁକେଟ ଦେଇ ତାଙ୍କ ର ପ୍ରିଯ ନେତା କୁଂ ସମ୍ବର୍ଦ୍ଧିତ କରିଥିବା ର ଦେଖିବାକୁ ମିଳିଥିଲା।

ସଭା ଶେଷରେ ରାଜୀବଗାନ୍ଧୀ ପଞ୍ଚାଯତରାଜ ସଂଗଠନ ମଯୁରଭଞ୍ଜ ଜିଲ୍ଲା ଅଧ୍ୟକ୍ଷ୍ଯ ମୀନକେତନ ବେହେରା ସମସ୍ତ କଂଗ୍ରେସ କର୍ମୀ ଓ ଅତିଥି ମାନଙ୍କୁ ଉଦ୍ବୋଧନ ସହିତ ଧନ୍ୟବାଦ ଦେଇ ସଭା ସଂଗ କରିଥିଲେ।ପରିଶେଷରେ ମିଡିଆ କମ୍ପ୍ୟୁନିକେଶନ ଜିଲ୍ଲା ଅଧ୍ୟକ୍ଷ୍ଯ ଆଗାମୀ ଛବିଶ ତାରିଖ ରେ ବିଜେଡି ସରକାର ଦୁର୍ନୀତି ବିରୋଧରେ ସଚିବାଳୟ ଘେରାଉ ପାଇଁ କଂଗ୍ରେସ ନେତା ଓ କର୍ମୀ କୁଂ ଯୋଗଦାନ କରି ବାକୁ କହିଥିଲେ

Leave A Reply

Your email address will not be published.