ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବନବିଭାଗ ଦ୍ୱାରା ବିରଳ ପ୍ରଜାତିର ବଗ ଉଦ୍ଧାର | ମୟୁରଭଞ୍ଜ ଜିଲା ଦେଉଳି ବନବିଭାଗ ଏକ ନିଆରା ପ୍ରଜାତିର ବଗକୁ ଉଦ୍ଧାର କରିଥିବାର ଜଣାପଡିଛି |
ତେବେ ସୂଚନା ମୁତାବକ, ଦେଉଳି ରେଞ୍ଜର ବୁଧେଶ୍ୱର ନାଏକଙ୍କ ସୂଚନା ମୁତାବକ ବଣକାଟି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଏକ ବିରଳ ପ୍ରଜାତିର ବଗ ଥିବାର ଖବର ବନବିଭାଗକୁ ଜଣାଇବା ପରେ ଜୈନିକ ବ୍ୟକ୍ତିଙ୍କ ଘରକୁ ଯାଇ ବନବିଭାଗ ବଗଟିକୁ ଉଦ୍ଧାର କରିଥିଲା | ତେବେ ଉକ୍ତ ବଗଟି ଲେସର ଆଡ଼ଜଟାଣ୍ଟ ପ୍ରଜାତିର ବୋଲି ଜଣାପଡିଛି |
ବଗଟିକୁ ଦେଉଳି ଡ୍ୟାମରେ ବନବିଭାଗ ଛାଡିବାକୁ ଯାଇଥିଲେ ମଧ୍ୟ ବଗଟି ଅସୁସ୍ଥତା କାରଣରୁ ଯାଇନଥିଲା | ତେଣୁ ଉକ୍ତ ବଗଟି ବର୍ତ୍ତମାନ ପିଠାବଟା ରେଞ୍ଜରେ ଚିକିତ୍ସାଧୀନ ଅବସ୍ଥାରେ ଅଛି ବୋଲି ସୂଚନା ମିଳିଛି |