ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ବିଜୁଙ୍କ 106 ତମ ଜନ୍ମଜୟନ୍ତୀ । ଦଳ ପକ୍ଷରୁ ବିଜେଡ଼ି ହେଡକ୍ବାର୍ଟରରେ ପାଳିତ ହୋଇଛି ଜନ୍ମ ଜୟନ୍ତୀ। ଦଳ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ଏବଂ ସାଧାରଣ ସଂପାଦକ ମୁଖ୍ୟାଳୟ ସଞ୍ଜୟ ଦାସବର୍ମାଙ୍କ ବହୁ ବରିଷ୍ଠ ନେତା ଉପସ୍ଥିତ। ପ୍ରଥମେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହ ବିଜୁଙ୍କ ଗାଥା ମନେ ପକେଇଥିଲେ ବରିଷ୍ଠ ବିଜେଡ଼ି ନେତା। ବିଜୁ ଜନତା ମହିଳା, ଛାତ୍ର, ଯୁବ ଦଳର ବହୁ କର୍ମୀ ଯୋଗ ଦେଇଥିଲେ। ପ୍ରବାଦ ପୁରୁଷ ବିଜୁ ଥିଲେ ମହାନୟକ। ପାର୍ଟି ଅଫିସରେ ସାଂସ୍କୃତିକ କାର୍ଯ୍ୟକ୍ରମ ରକ୍ତ ଦାନ ଶିବିର ମଧ୍ୟ ଆୟୋଜନ କରା ଯାଇଥିଲା।
ତେବେ ପ୍ରଶ୍ନ ଉଠେ, ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ଭାବ ପାଳନ କରୁଥିବାବେଳେ ଓଡ଼ିଶାରେ ଅଲଗା ଦିନରେ କାହିଁକି ?
ହଁ, ୨୦୧୨ରୁ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖ ପଞ୍ଚାୟତରାଜ ଦିବସ ଭାବେ ପାଳିତ ହୋଇଆସୁଛି। ବିଜୁବାବୁଙ୍କ ଜନ୍ମ ଦିବସକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ଏହି ବର୍ଷ ଘୋଷଣା କରିଥିଲେ।
କାହିଁକି ପାଳନ କରାଯାଏ ଏହି ଦିବସ?
ଭାରତୀୟ ସମ୍ବିଧାନର ୭୩ ତମ ସଂଶୋଧନ ଅଧିନିୟମ ୧୯୯୨ ମସିହାରେ ପାସ ହୋଇଥିଲା । ୧୯୯୩, ଏପ୍ରିଲ ୨୪ରେ ଏହା ଲାଗୁ ହୋଇଥିଲା। ଏହି ଦିନକୁ ମନେ ପକାଇବା ପାଇଁ ୨୦୧୦ରୁ ଏପ୍ରିଲ ୨୪ ଦିନ ପ୍ରତିବର୍ଷ ସାରା ଦେଶରେ ପଞ୍ଚାୟତ ରାଜ ଦିବସ ପାଳନ କରାଯାଇ ଆସୁଛି ।
ଏହାଦ୍ୱାରା ଏକ ତ୍ରିସ୍ତରୀୟ ଢାଞ୍ଚା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲାର ସ୍ଥାପନା କରାଯାଇଥିଲା । ଗ୍ରାମ୍ୟ ସ୍ତରରେ ଗ୍ରାମ ସଭାର ପ୍ରତିଷ୍ଠା କରାଯାଇଥିଲା। ପ୍ରତି ୫ ବର୍ଷର ପଞ୍ଚାୟତ ସ୍ତରୀୟ ନିର୍ବଚନ ନିଶ୍ଚିତ କରାଯାଇଥିଲା। ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ଲୋକ ସଂଖ୍ୟା ଅନୁସାରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।