ଗାଁ ଭୋଟ ପରେ ଏବେ ସମସ୍ତଙ୍କ ନଜର ସହର ଉପରେ।ବହୁ କଳ୍ପନା ଜଳ୍ପନା ପରେ ମେୟର ପଦବୀ ପାଇଁ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡ଼ି। ଭୁବନେଶ୍ୱର ମୁନସିପାଲ କର୍ପୋରେସନର ମେୟର ଲଢ଼େଇ ଉପରେ ଉକ୍ରଣ୍ଠା ବଢୁଥିବାବେଳେ ୩ଟି ମହାନଗର ପାଇଁ ବିଜେଡ଼ି ତରଫରୁ ବର୍ତ୍ତମାନ ପ୍ରାର୍ଥୀ ଘୋଷଣା କରାଯାଉଛି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ଏବଂ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି । କଟକ ପାଇଁ ମୈୟର ପ୍ରାର୍ଥୀ ଭାବରେ ସୁବାସ ସିଂଙ୍କର ନାମକୁ ଘୋଷଣା କରିଛି ବିଜେଡ଼ି । ପ୍ରଥମ ଥର ପାଇଁ ଏଥର ମହିଳା ମେୟର ପଦବୀ ପାଇଁ ସଂରକ୍ଷିତ ରହିଛି ।
ବିଏମସିର ମେୟର ପ୍ରାର୍ଥୀଙ୍କୁ ନେଇ ୩ ରାଜନୈତିକ ଦଳ ଭିତରେ ଛକାପଞ୍ଝା ଚାଲିଥିବା ବେଳେ ଗତକାଲି କଂଗ୍ରେସ ମେୟର ପ୍ରାର୍ଥୀ ଘୋଷଣା କରିଥିଲା। ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ବର ମେୟର ପ୍ରାର୍ଥୀ କରିଛି କଂଗ୍ରେସ। ବିଧାୟକ ସୁରେଶ ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାଁ ଘୋଷଣା କରିଥିଲେ। ଏବେ କେବଳ ଦେଖିବାକୁ ବାକି ରହିଲା ବିଜେପି କହାକୁ ଭୁବନେଶ୍ବର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ କରୁଛି।