ଓଡିଆ ନ୍ୟୁଜ୍(ବ୍ୟୁରୋ): ୟୁଟ୍ୟୁବ ଭିଡ଼ିଓ କରିବା ନାଁରେ ଦୁଷ୍କର୍ମ ଅଭିଯୋଗ ମାମଲା। ନାବାଳିକାଙ୍କ ଅଭିଯୋଗ କ୍ରମେ ସ୍ପେଶାଲ ସ୍କ୍ୱାଡ଼ର ଚଢ଼ାଉ। ଦୁଷ୍କର୍ମ ହୋଇଥିବା ଘରେ ପୋଲିସ ଓ ଫରେନ ସିକ ଟିମର ଛାନଭିନ ଜାରି ରହିଛି। ଗତ ୩ ତାରିଖରେ ନାବାଳିକାଙ୍କୁ ସୁରଜ ବିଶ୍ୱାଳ ନାମକ ଯୁବକ ୟୁଟ୍ୟୁବରେ ସୁଟିଙ୍ଗ ପାଈଁ ଡାକିଥିଲେ। ପରେ ତାଙ୍କୁ ଅପହରଣ ସିନ ବାହାନାରେ ତାଙ୍କୁ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକା ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରୁ ନକଲି ବନ୍ଧୁକ, ପୋଲିସ ଡ୍ରେସ ଓ କିଛି ଆପତ୍ତିଜନକ ସାମଗ୍ରୀ ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ସ୍ପେଷାଲ ସ୍କ୍ବାର୍ଡ ମୁଖ୍ୟ ସଂଜୀବ ଶତପଥି ।
କହିରଖୁଛି କି ଜତ ୩ ତାରିଖରେ କିଡ୍ନାପ ସିନ୍ରେ ଅଭିନୟ କରାଇବାକୁ ଡାକିନେଇ କିଛି ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ଗତ ୩ ତାରିଖ ସକାଳେ ବିଷ୍ଣୁ ନାମକ ବ୍ୟକ୍ତି ବରମୁଣ୍ଡା ଅଞ୍ଚଳର ଭରତପୁରର ଏକ ମନ୍ଦିରକୁ ସୁଟିଂ କରିବାକୁ ନାବାଳିବାକୁ ନେଇଥିଲେ। କିଡନାପ ସିନରେ ଅଭିନୟ କହି ନାବାଳିକାର ଗୋଡ଼ ହାତ ବାନ୍ଧି ଦେଇଥିଲା ବିଷ୍ଣୁ।
ନାବାଳିକା ଏହାକୁ ବିରୋଧ କରିବାରୁ ତାକୁ ମାଡ଼ ମାରିବା ସହ ହିରୋ ଭୂମିକାରେ ଅଭିନୟ କରୁଥିବା ଯୁବକ ସୁରଜ ରାତି ତମାମ ତାଙ୍କୁ ୭ଥର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ନାବାଳିକା ଜଣକର ଅଶ୍ଳୀଳ ଭିଡ଼ିଓ ସୁଟିଂ କରି କାହାକୁ ଏନେଇ ଜଣାଇଲେ ଭିଡ଼ିଓ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିବା ନାବାଳିକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।