ପୁଣି ଭିଜିଲାନ୍ସ ଜାଲରେ କୋଟିପତି ପ୍ରିନ୍ସିପାଲ:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡିର ହୀରା ନିଳା କଲେଜ ପ୍ରିନ୍ସିପାଲଙ୍କ ଘରେ ଚଢ଼ାଉ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥ ପୁର ହୀରା ନିଳା କଲେଜର ପ୍ରିନ୍ସିପାଲଙ୍କ ଘରେ ଭିଜିଲାନ୍ସ ଚଢାଓ।ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁଙ୍କ ଏକକାଳୀନ ୫ ଟି ସ୍ଥାନରେ ଚଢାଓ ଚାଲିଛି।

କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର କଲେଜର ଅଫିସ ସମେତ ଡୁମଡୁମା ହାଉସିଂ ବୋର୍ଡ କଲୋନୀରେ ଥିବା ବାସ ଭବନ ,ବିଶ୍ଵନାଥ ପୁରରେ ଥିବା ପୈତୃକ ଘର, ଖୋର୍ଦ୍ଧାରେ ଥିବା କ୍ରସର, କଳାହାଣ୍ଡି ବିଶ୍ୱନାଥ ପୁରରେ ଥିବା କ୍ରସର ୟୁନିଟରେ ଚାଲିଛି ଚଢାଓ ।ଚଡଓରେ ସାମିଲ ଅଛନ୍ତି ୬ ଜଣ ଡ଼ିଏସପି ଙ୍କ ସମେତ ,୪ ଜଣ ଇନସିପେକ୍ଟର ଓ ଭିଜିଲାନ୍ସର ଅନ୍ୟ ଅଫିସର।

ଭୁବନେଶ୍ୱରର ଡୁମଡୁମା ହାଉସିଂ ବୋର୍ଡ କଲୋନି, ଆର୍ଯ୍ୟପଲ୍ଲୀରେ ପ୍ଲଟ୍ ନଂ ଏସବି-୦୭ ରେ ଥିବା ଲାଞ୍ଜିଗଡ଼ର ବିଶ୍ୱନାଥପୁରରେ ଅବସ୍ଥିତ ଆବାସିକ ଘର, ଖୋର୍ଦ୍ଧାଠାରେ ଥିବା ତାଙ୍କର କ୍ରସର୍ ୟୁନିଟ୍, କଳାହାଣ୍ଡି ଜିଲ୍ଲା ବିଷ୍ଣୁନାଥପୁର ନିକଟ ପୋଖରୀବନ୍ଧରେ ଥିବା କ୍ରସର ୟୁନିଟ୍ ଏବଂ ବିଶ୍ୱନାଥପୁର, ହୀରାନୀଳା କଲେଜରେ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ଅଫିସ୍ ରୁମରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ମିଳିଥିବା ସୂଚନା ମୁତାବକ  ବିଶ୍ୱନାଥପୁର ସ୍ଥିତ ମା ହୀରାନୀଳା ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱରେ ଥିବାବେଳେ ମହାବିଦ୍ୟାଳୟର କୋଟିକୋଟି ଟଙ୍କା ଚଳୁ କରିଥିବା ସହିତ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଏପରିକି ଅଭିଯୋଗ ପରେ ସେ ଫେରାର ହୋଇଥିବାବେଳେ ପରେ ପୁଲିସ ହାତରେ ଧରାପଡ଼ି ଜେଲ ଯାଇଥିଲେ। ସେହିଦିନଠାରୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସଂପତି ଭିଜିଲାନ୍ସ ସ୍କାନରରେ ରହିଥିଲା । ଫଳରେ ଆଜି ସକାଳ ଛଅଟାରୁ ତାଙ୍କ ଘରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଚଢଉ ଜାରି ରହିଛି। ଚଢଉ ଶେଷ ହେବା ପରେ ସଂପତ୍ତିର ଆକଳନ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।

 

 

 

Leave A Reply

Your email address will not be published.