କଟକରେ ଜିତିବ ବିଜେଡ଼ି: ଯିଏ ବିଜେଡ଼ି ଛାଡିଛି ତାର କ୍ୟାରିଅର ଧ୍ବଂସ ହୋଇଛି, ପ୍ରତାପ ଜେନା ଓ ଦେବାଶିଷ ସାମନ୍ତରାୟ ଏଭଳି ଦେଲେ ପ୍ରତିକ୍ରିୟା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜାରି ରହିଛି ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା। ପୂର୍ବତନ ବାରବାଟୀ କଟକ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା।ବିଜେଡିର ୮୦ ପ୍ରତିଶତ ପ୍ରାର୍ଥୀ ସିଏମସି ନିର୍ବାଚନରେ ବିଜୟ ଲାଭ କରିବେ।ଚଳିତ ନିର୍ବାଚନରେ ଅନେକ ନୂଆ ମୁହଁଙ୍କୁ କର୍ପୋରେଟର ପ୍ରାର୍ଥୀ ଭାବରେ ଦଳ ସାମ୍ନାକୁ ଆଣିଛି।ଯେଉଁ ପୁରୁଣା ବିଜେଡି କର୍ପୋରେଟର ଟିକେଟ ନ ପାଇ ସ୍ୱାଧୀନ ଛିଡା ହୋଇଛନ୍ତି, ସିଏ ଶୃଙ୍ଖଳା ଭଙ୍ଗ କରିଛନ୍ତି। ଯିଏ ଦଳ ଛାଡିବେ ସିଏ ହଇରାଣ ହେବେ। ଯିଏ ବିଜେଡି ଛାଡିଛି ତାର ରାଜନୈତିକ କ୍ୟାରିଅର ଧ୍ବଂସ ହୋଇ ଯାଇଛି।
ଆମ ମେୟର ପ୍ରାର୍ଥୀ ବିପୁଳ ଭୋଟ ରେ ଜିତିବେ। ୩୦ ରୁ ୪୦ ହଜାର ଅଧିକ ଭୋଟରେ ଜିତିବେ।
ସେହିପରି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି,ଏକ ପାଖିଆ ହେବ କଟକ ମହାନଗର ନିଗମ ପୌର ନିର୍ବାଚନ। ଲଢେଇ ହିଁ ହେବ ନାହିଁ। ସିଏମସିର ସମସ୍ତ ୱାର୍ଡରେ ବିଜେଡିର ପ୍ରାର୍ଥୀ ନିର୍ବାଚନରେ ବିଜୟ ଲାଭ କରିବେ।କଟକ ସହରରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ହୋଇଛି। ଲୋକେ ବିଜେଡି ସପକ୍ଷରେ ହିଁ ମତଦାନ କରିବେ। ଯାଇକା କାମ ଶୀଘ୍ର ସମାପ୍ତ ହେବ।
ଯେଉଁ ପୁରୁଣା ବିଜେଡି କର୍ପୋରେଟର ଟିକେଟ ନ ପାଇ ବିଜେପି, କଂଗ୍ରେସକୁ ଡେଇଁ ଛନ୍ତି, ସେମାନେ ନିର୍ବାଚନରେ କୌଣସି ଫରକ ପକାଇ ପାରିବେ ନାହିଁ।ଆମ ମେୟର ପ୍ରାର୍ଥୀ ସୁବାସ ସିଂହ ଯୋଗ୍ୟ ପ୍ରାର୍ଥୀ। ବିପୁଳ ଭୋଟରେ ଜିତିବେ।