ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଓ ଏଏସଆଇ ପକ୍ଷରୁ ମିଳିଲା ସବୁଜ ସଂକେତ: ନିର୍ମାଣ ହେବ ଭକ୍ତଙ୍କ ପାଇଁ କ୍ଳୋକ୍ ରୁମ ଓ ଟଏଲେଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଓ ଏଏସଆଇ ପକ୍ଷରୁ ମିଳିଛି ସବୁଜ ସଂକେତ l ଗତବର୍ଷ ସେପ୍ଟେମ୍ବର 11 ତାରିଖ ରେ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଏନେଇ ଜିଲ୍ଲାପ୍ରଶାସନ କୁ ଚିଠି ଲେଖିବା ସହ ଭକ୍ତ ଙ୍କ ପାଈଁ କ୍ଲୋକ ରୁମ, ଟାଏଲେଟ ଭଳି ମୌଳିକ ସୁବିଧା ପରିକ୍ରମା ପ୍ରକଳ୍ପ ରେ ସାମିଲ ଓ ନିର୍ମାଣ କରିବାକୁ କହିଛି l ସେହିପରି ଗତ ଫେବୃଆରୀ 22 ତାରିଖ ରେ ଏ ଏସ ଆଇ ଡିଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ବିବରଣୀ ପୁସ୍ତିକାରେ ଏହି ପ୍ରକଳ୍ପ କାର୍ଯ୍ୟ ଜାରିରଖିବାକୁ ମନ୍ତବ୍ୟ ରେ ଲେଖିଛନ୍ତି l

ରାଜ୍ୟ ସରକାର ଏ ଏସ ଆଇ ସହ ଆଲୋଚନା ସମନ୍ୟୁୟ ରକ୍ଷା କରି ଏହି ପ୍ରକଳ୍ପ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l ଏନେଇ ସବୁ ସ୍ତରରେ ଅନୁମତି ମିଳିଥିବା ବେଳେ କିଛି ସଂଗଠନ ମିଥ୍ୟା ଅପପ୍ରଚାର କରୁଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଗତ 2 ଦିନ ତଳେ ପ୍ରତିକ୍ରିୟା ରଖି ଏହି ପ୍ରକଳ୍ପ ପାଈଁ ଏନୋସି ମିଳିଥିବା ସ୍ପଷ୍ଟ କରିଥିଲେ l ତେବେ ପ୍ରକଳ୍ପ କାର୍ଯ୍ୟ ରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଈଁ କିଛି ଗୋଷ୍ଟି ଚକ୍ରାନ୍ତ କରୁଥିବାରୁ ପ୍ରଶାସନିକ ସ୍ତରରେ ଜନସାଧାରଣଙ୍କୁ ବିଭ୍ରାନ୍ତି ନକରିବାକୁ କୁହାଯାଇଛି l

Leave A Reply

Your email address will not be published.