ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ଘଟଣା

0

ଓଡ଼ିଆ ନ୍ୟୁଜ, ବ୍ୟୁରୋ: ନୀଳଗିରିରେ ଅଘଟଣ ।ଲେଶ୍ବର ରେମୁଣାରେ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ହୋଇ ୧୮ ଅସୁସ୍ଥ ଘଟଣାରେ ନୂଆମୋଡ଼ ।  ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନାବାଳିକା ଶ୍ରମିକଙ୍କୁ ରାତି ଅଧରେ ମେଡିକାଲରୁ ଲୁଚାଇ ନିଆଯାଉଥିବା ବେଳେ ଧରିଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସମସ୍ତ ଶ୍ରମିକଙ୍କୁ ନେଇ ପ୍ରତାପ ଷଡ଼ଙ୍ଗୀ ଥାନାକୁ ଯାଇଥିଲେ । ଏହାସହ ସଂପୃକ୍ତ କଂପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଂସଦ ।

ଗତକାଲି ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ।  ୧୮ ରୁ ଉର୍ଦ୍ଧ୍ବ ଯୁବତୀ,ମହିଳା ଓ ନାବାଳିକା ଗୁରୁତର ହୋଇ ନୀଳଗିରି ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ସୂଚନା ମୁତାବକ ଆଜି ଗତକାଲି ରାତ୍ର ୯ଟା ସମୟରେ ରାତ୍ର ସିଫ୍ଟ ପାଇଁ କାର୍ଯ୍ୟ ଚାଲୁରହିଥିବା ବେଳେ କୌଣସି କାରଣ ବସତଃ ଉକ୍ତ ଫ୍ୟାକ୍ଟ୍ରିରେ ବ୍ୟବହୃତ ବିଷାକ୍ତ ଗ୍ୟାସ ଲିକ କରିଥିଲା। ଫଳରେ କାର୍ଯ୍ୟରତ ଥିବା ଯୁବତୀ, ମହିଳା ଓ ନାବାଳିକାମାନେ ଜଣଙ୍କ ପରେ ଜଣେ ଅଚେତ ହେବାକୁ ଲାଗିଥିଲେ। କିଛି ନିଜର ଓଢଣି ସହାୟତାରେ ମାସ୍କ ପ୍ରସ୍ତୁତ କରି ନିଜକୁ ସୁରକ୍ଷା ଦେଇଥିଲେ ଏବଂ ଅଚେତ ସାଥୀ କର୍ମଚାରୀମାନଙ୍କୁ ଅଟୋ ସହାୟତାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ କମ୍ପାନିର କୌଣସି କତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିନଥିଲେ।

ସମସ୍ତ ମହିଳା ଚିଙ୍ଗୁଡି କମ୍ପାନୀରେ ଫିଲିଂ,ପ୍ୟାକିଂ ଓ ଚୋପା ଛଡେଇବା ଆଦି କାର୍ଯ୍ୟରେ କାର୍ଯ୍ୟରତ ଥିଲେ।  ଯୁବତୀମାନଙ୍କ ମଧ୍ୟରେ କିଛି ଯୁବତୀ ନାବାଳିକା ଥିବା ବେଳେ ସେମାନଙ୍କ ସୁରକ୍ଷା ନିମନ୍ତେ କୌଣସି କିଟ ପ୍ରଦାନ କରାଯାଇନଥିଲା । ଜିଲ୍ଲା ଶ୍ରମ ଅଧିକାରୀ ମଧ୍ୟ ଥାନାରେ ପହଞ୍ଚି ତନଘନା କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଚାଲିଥିବା ଶ୍ରମ ଅଧିକାରୀ କହିଛନ୍ତି। ତେବେ ଏପ୍ରସଙ୍ଗରେ କଂପାନୀ କର୍ତ୍ତୃପକ୍ଷ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିବା ବେଳେ ମେଡିକାଲ କି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ  ସଂପୃକ୍ତ କଂପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବାଲେଶ୍ୱର ସାଂସଦ।

Leave A Reply

Your email address will not be published.