ଓଡ଼ିଆ ନ୍ୟୁଜ, ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ ଫୋର୍ସ । ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଏହି ଅତିରିକ୍ତ ୨୦ କମ୍ପାନୀ ସିଏପିଏଫ ମୁତୟନ କରାଯିବ । ଜିଲ୍ଲାରେ ଯେପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇପାରିବ, ସେଥିପାଇଁ ଏହି ଫୋର୍ସକୁ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ଗୁଡ଼ିକରେ ମୁତୟନ କରିବାକୁ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।
ରିଜର୍ଭ ଫୋର୍ସ କିମ୍ବା ଷ୍ଟାଇକିଂ ଫୋର୍ସ ଭାବେ ମୁତୟନ କରିବାକୁ ବାରଣ କରିଛନ୍ତି CEO। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମ ଜିଲ୍ଲାରେ ୨୦ କମ୍ପାନୀ ସିଏପିଏଫ ମୁତୟନ ପାଇଁ ଅନୁମୋଦନ କରିଛନ୍ତି । ଆସନ୍ତା ମେ’ ୨୦ ତାରିଖରେ ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସ୍କା ଲୋକସଭା ଓ ଏହା ଅନ୍ତର୍ଗତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଯେପରି ଶାନ୍ତି ଶୃଙ୍ଖଳାର ଏହିି ନିର୍ବାଚନ ହୋଇପାରିବ ସେଥିପାଇଁ ୨୦ କମ୍ପାନୀ ସିଏପିଏଫ ଫୋର୍ସ ନିୟୋଜିତ କରାଯିବ । ଉକ୍ତ ୨୦ କମ୍ପାନୀ ସିଏପିଏଫ ରିଜର୍ଭ ଫୋର୍ସ କିମ୍ବା ଷ୍ଟ୍ରାଇକିଂ ଫୋର୍ସ ରୂପେ ନିୟୋଜିତ ହେବେ ନାହିଁ । ସେମାନେ ବିଭିନ୍ନ ବୁଥରେ ମୁତୟନ ହେବେ । ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ ଭାବରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ ଭୋଟ୍ ପୂର୍ବରୁ ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ । ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବୁଧବାର, ରାତି ପ୍ରାୟ ୮ଟା । ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପିର ବ୍ୟାନର୍ ଲଗାଇବାକୁ କେନ୍ଦ୍ର କରି ଉପୁଜିଥିଲା ତୁମୁଳକାଣ୍ଡ । ବାଇକରେ ୧୦ରୁ ଅଧିକ ବିଜେଡି କର୍ମୀ ଆସି ବିଜେପି କର୍ମୀ ଦିଲୀପ ପାହାଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର ପୂର୍ବଦିନ ବ୍ୟାନର ମରାକୁ ନେଇ ଧମକ ଦିଆଯାଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଦିଲୀପ ।
Comments are closed.