ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆନନ୍ଦପୁର ଉପଖଣ୍ଡ ରେ ପୋଲିସର ପ୍ରାକ ନିର୍ବାଚନୀ ପ୍ରସ୍ତୁତି ପ୍ରତିଦିନ ଜୋରଦାର କରାଯାଇଛି। ଏହି ଉପଲକ୍ଷେ ଘଷିପୁରା ପୋଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତିର ଅନୁଧ୍ୟାନ ପାଇଁ ବିଭିନ୍ନ ଅଞ୍ଚଳରେ ସିଆଇଏସଏଫ ଯବାନମାନଙ୍କୁ ନେଇ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଛି।
କେନ୍ଦୁଝର ଏସ୍ପି ନୀତିନ କୁଶଲକର ଡାଗୁଡୁଙ୍କ ନିର୍ଦ୍ଦେଶରେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା ଆନନ୍ଦପୁର ଉପଖଣ୍ଡର ବେଲବାହାଳି, ଟୋଲଙ୍କପଡା, ମଙ୍ଗଳପୁର, ସାଈକୂଳ ଅଞ୍ଚଳର ବିଭିନ୍ନ ସାହିବସ୍ତିରେ ସିଆଇଏସଫ ଯବାନ ମାନଙ୍କୁ ନେଇ ଫ୍ଲାଗମାର୍ଚ୍ଚ କରିଥିବା ଜଣାଯାଇଛି।
ପୁଲିସର ଏହି ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟରେ ଘଷିପୁରା ଥାନା ଅଧିକାରୀ ସୁନିଲ କୁମାର କର ଉପସ୍ଥିତ ରହି ପୋଲିସ ବାହିନୀକୁ ପରିଚାଳନା କରିଥିଲେ।