ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ବିରୋଧରେ ଥାନାରେ ଅଭିଯୋଗ। ନିର୍ବାଚନ ଆଚରଣବିଧି ଉଲଂଘନ କରିଥିବା ନେଇ ବାଲେଶ୍ଵର ସହଦେବଖୁଣ୍ଟା ଥାନାରେ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି।
ସାଂସଦ ଶ୍ରୀ ଷଡଙ୍ଗୀ ଚଳିତ ନିର୍ବାଚନରେ ବିଜେପିରୁ ବାଲେଶ୍ଵର ସାଂସଦ ପାର୍ଥି ହୋଇଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ଶ୍ରୀ ଷଡଙ୍ଗୀ ଘୋଡା ଚଢି ଏକ ବିରାଟ ରାଲିରେ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାକୁ ବିରୋଧ କରିଛି ବିଜେଡି। ଘୋଡକୁ କାହିଁକି ବ୍ୟବହାର କରାଗଲା? ଏହା ନିର୍ବାଚନ ଆଚରଣବିଧି ଉଲଂଘନ ନୁହେଁକି? ଏ ପ୍ରଶ୍ନ ଉଠାଇବା ସହ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।
ସେପଟେ ପ୍ରତିକ୍ରିୟାରେ ଶ୍ରୀ ଷଡଙ୍ଗୀ କହିଛନ୍ତି ଘୋଡାକୁ ପଇସା ଦେଇ ଡାକିନାହିଁ। ଘୋଡାବାଲା ରାଲି ଭିତରକୁ ପଶି ଆସିଥିଲେ। ଘୋଡାବାଲା ବସିବାକୁ କହିବାରୁ ସେ ଘୋଡାରେ ବସିଥିଲେ। ସେ ଆହୁରି କହିଛନ୍ତି ବିଜେଡିର ଭୁବନେଶ୍ବର ସାଂସଦ ପାର୍ଥି ମନ୍ମଥ ରାଉତରାୟ ମଧ୍ୟ ବଳଦ ଗାଡିର ବ୍ୟବହାର କରିଥିଲେ, ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ନାହିଁ କାହିଁକି।